୩୬୧ ସପ୍ତାହ ପରେ ଟେନିସକୁ ମିଳିଲା ନୂଆ ନମ୍ୱର ୱାନ ଖେଳାଳି

0 67

ନୂଆଦିଲ୍ଲୀ, ୨୮/୨: ଏଟିପି ଟେନିସ ର‍୍ୟାଙ୍କିଂର ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଋଷର ଡାନିଲ ମେଦଭେଦେବ । ପ୍ରଥମ ସ୍ଥାନ ହାସଲ କରିବାରେ ସେ ଦୁନିଆର ୨୭ତମ ଖେଳାଳି ହୋଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ହଟାଇ ସେ ଶୀର୍ଷରେ ପହଞ୍ଚିଛନ୍ତି । ସର୍ବିଆର ଏହି ଖେଳାଳି ରେକର୍ଡ ୩୬୧ ସପ୍ତାହ ପର୍ଯ୍ୟନ୍ତ ର‍୍ୟାଙ୍କିଂର ଶୀର୍ଷରେ ରହିଥିଲେ । ୟୁଏସ ଓପନ ୨୦୨୧ର ଚାମ୍ପିୟନ ମେଦଭେଦେବ ଗତ ୧୮ ବର୍ଷ ତିନି ସପ୍ତାହ ଏବଂ ଛଅ ଦିନ ପରେ ଜୋକୋଭିକ, ରୋଜର ଫେଡର, ରାଫେଲ ନାଡାଲ ଏବଂ ଆଣ୍ଡି ମୁରେଙ୍କ ପରେ ଏକ ନମ୍ୱର ର‍୍ୟାଙ୍କିଂ ହାସଲ କରିବାରେ ପଞ୍ଚମ ଖେଳାଳି ହୋଇଛନ୍ତି । ପୁରୁଷ ଟେନିସରେ ଶେଷ ଥର ପାଇଁ ନୂଆ ଏକ ନମ୍ୱର ଖେଳାଳି ୫ ବର୍ଷ ତଳେ ମିଳିଥିଲା । ୨୦୧୬ରେ ଆଣ୍ଡି ମୁରେ ର‍୍ୟାଙ୍କିଂର ଶୀର୍ଷରେ ପହଞ୍ଚିଥିଲେ । ମେମେଦଭେଦେବ ର‍୍ୟାଙ୍କିଂରେ ଶୀର୍ଷ ସ୍ଥାନରେ ପହଞ୍ଚିବାରେ ତୃତୀୟ ଋଷ ଖେଳାଳି ।

hiranchal ad1
Leave A Reply

Your email address will not be published.

2 + eight =