ଏହି ୩ ଖେଳାଳି ଟି-୨୦ରେ ଉପ ଅଧିନାୟକ ପଦ ପାଇଁ ପ୍ରବଳ ଦାବିଦାର : ସୂତ୍ର

0 113

ନୂଆଦିଲ୍ଲୀ: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ପ୍ରାୟ ଏକମତ ହୋଇଛନ୍ତି ଯେ ପରବର୍ତ୍ତୀ ଅଧିନାୟକ ରୋହିତ ଶର୍ମା ହେବାକୁ ଯାଉଛନ୍ତି । ରୋହିତ ଅଧିନାୟକ ହେବା ପରେ ଦଳର ଉପ-ଅଧିନାୟକ କିଏ ହେବେ? ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁମାନେ ଉପ-ଅଧିନାୟକ ପଦ ପାଇଁ ପ୍ରବଳ ଦାବିଦାର ସେମାନଙ୍କ ମଧ୍ୟରେ କେଏଲ ରାହୁଲ ଆଗରେ ଅଛନ୍ତି । ସେହିପରି ଋଷଭ ପନ୍ତ ଓ ଜସପ୍ରିତ ବୁମରାହଙ୍କୁ ମଧ୍ୟ ଅଣଦେଖା କରାଯାଇନପାରେ ।
ବିସିସିଆଇ ସୂତ୍ର ଅନୁଯାୟୀ, ଟି -୨୦ ବିଶ୍ୱକପ ପରେ ପରବର୍ତ୍ତୀ ଅଧିନାୟକ କିଏ ହେବ ତାହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ତେବେ ରୋହିତ ଶର୍ମା ନାମ ଅଧିନାୟକ ପଦ ପାଇଁ ଘୋଷଣା କେବଳ ଔପଚାରିକତା । ରୋହିତ ଅଧିନାୟକ ହେବା ପରେ ଚୟନକର୍ତ୍ତାମାନେ ନିଷ୍ପତ୍ତି ନେବେ ଯେ ସେମାନେ ଉପ-ଅଧିନାୟକ କରିବାକୁ କାହାକୁ ଚାହୁଁଛନ୍ତି । କାରଣ ଉପ-ଅଧିନାୟକ ଏପରି ହେବେ ଯିଏ ରୋହିତଙ୍କ ପରେ ଦୀର୍ଘ ଦିନ ଧରି ଦେଶ ପାଇଁ ଅଧିନାୟକ ହୋଇପାରିବେ । ରୋହିତଙ୍କୁ ୩୪ ବର୍ଷ ବୟସ ହେଲାଣି, ତେଣୁ ସେ ଅଧିକ ଦିନ ଅଧିନାୟକ ହେବେ ନାହିଁ ।
ସୂଚନାନୁସାରେ, ଋଷଭ ପନ୍ତ ଉପ-ଅଧିନାୟକ ପଦ ପାଇଁ ଜଣେ ଦୃଢ ଦାବିଦାର । କିନ୍ତୁ ଆପଣ କେ.ଏଲ୍‌ ରାହୁଲଙ୍କୁ ଅଣଦେଖା କରିପାରିବେ ନାହିଁ । କେଏଲ ରାହୁଲ ଆଇପିଏଲରେ ପଞ୍ଜାବର ନେତୃତ୍ୱ ନେଉଛନ୍ତି । ସେ ପ୍ରତ୍ୟେକ ଫର୍ମାଟରେ ରନ୍‌ ସ୍କୋର କରୁଛନ୍ତି, କିନ୍ତୁ ଏଠାରେ ଜସପ୍ରୀତ ବୁମ୍ରାଙ୍କ ନାମକୁ ମଧ୍ୟ ବିଚାରକୁ ନେଇପାରନ୍ତି ଚୟନ କମିଟି ।

hiranchal ad1
Leave A Reply

Your email address will not be published.

eight + fourteen =