ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି

0 55

ପୁରୀ : ଶ୍ରୀମନ୍ଦିରରେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀ ବିଗ୍ରହଙ୍କ ମହାସ୍ନାନ କରାଯାଇଥିଲା । ଠାକୁରଙ୍କଠାରେ ନୂଆଲୁଗା ଲାଗି ହୋଇ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି ବଢ଼ି ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କରିଥିଲେ । ମଦନମୋହନ ବଡ଼ଦେଉଳକୁ ବେଢ଼ାଏ ବୁଲି ବଟମୂଳେ ବିଜେ ହୋଇଥିଲେ । ଜୟବିଳୟ ଦ୍ୱାରଠାରେ ଏକାଦଶୀ ଭୋଗ ବନ୍ଦାପନା ହୋଇ ଠାକୁରେ ଦକ୍ଷିଣୀ ଘରକୁ ବିଜେ କରିଥିଲେ । ପୁଣି କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀରେ ହରି ଉତ୍ଥାପନ ଏକାଦଶୀ ପାଳନ ହେବ । ଏଥି ସହିତ ଶ୍ରାବଣାମକର ନକ୍ଷେତ୍ର, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଳା ବିଧି ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

16 + ten =