ସିମନବାଡ଼ି କୁମ୍ଭାରମୁଣ୍ଡା ରାସ୍ତା ଅବସ୍ଥା ଶୋଚନୀୟ

0 85

ଦାରିଙ୍ଗବାଡ଼ି : ସରକାର ଗ୍ରାମ୍ୟ ରାସ୍ତାର ସୁଦୃଢିକରଣ, ମରାମତି ଓ ପ୍ରଶସ୍ତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରୁଥିବାରୁ ରାସ୍ତାମାନଙ୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ମୁଖ୍ୟତଃ ବୁଡାଗୁଡା ଛକଠାରୁ କୁମ୍ଭାରମୁଣ୍ଡାକୁ ପ୍ରାୟ ୩କିଲୋମିଟିର ରାସ୍ତା ନିକଟରେ ମରାମତି ହୋଇଥିବା ବେଳେ ଏବେ ରାସ୍ତାର ବିଭିନ୍ନ ଅଂଶ ଖାଲ, ଖମା ହୋଇଥିବାରୁ ବର୍ଷା ପାଣିରେ ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି । କଲୋନୀ ସାହି ନିକଟରେ ଥିବା ପୋଲ ଉପରେ ବଡ ବଡ ଖାଲ ଦେଖାଦେଇଛି ଯାହା ଫଳରେ ସେହି ରାସ୍ତାରେ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଆର.ଡି)ବିଭାଗ ଏହି ରାସ୍ତା ନିର୍ମାଣ କରିଥିବା ବେଳେ ବର୍ତ୍ତମାନ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଆସିଛି । ତେବେ ଆରଡି ବିଭାଗ ଦ୍ୱାରା ନିମ୍ନମାନର ରାସ୍ତା ନିର୍ମାଣ କରାଯାଇଥିଲା ଯାହା ଦ୍ୱାରା ବର୍ତ୍ତମାନ ସେହି ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ତିଲୋରୀ ବୁଡାଗୁଡା ଗୁମିକିଆ ଋତୁଙ୍ଗିଆଦେଇ ବାଲିଗୁଡା ଦେଇ ବସ ଯାତାୟାତ କରୁଥିବା ବେଳେ ବହୁ ସଂଖ୍ୟାକ ଅଟୋ ଯାତାୟାତ କରୁଅଛି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 19 =