ଏହି ଯୁବ ଖେଳାଳିଙ୍କ ଖୁବଶୀଘ୍ର ତିନି ଫର୍ମାଟରେ ଭାରତ ପାଇଁ ଖେଳିବେ : ରୋହିତ

0 90

ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଯୁବ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ୍‌ ତିଲକ ବର୍ମା ଖୁବଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ସବୁ ଫର୍ମାଟରେ ଖେଳିବେ ବୋଲି ରୋହିତ ଶର୍ମା କହିଛନ୍ତି । ରୋହିତ କହିଥିଲେ ଯେ, ତିଲକ ବର୍ମା ବହୁତ ଭଲ ପ୍ଲେୟାର । ସେ ନିଜର ପ୍ରଥମ ସିଜିନ ଖେଳୁଛନ୍ତି । କଠିନ ପରିସ୍ଥିତିରେ ଦଳକୁ ଜିତାଇଛନ୍ତି । ସେ ଶୀଘ୍ର ଦଳ ପାଇଁ ଖେଳିବେ । ତାଙ୍କ ପାଖରେ ଟେକନିକ୍‌ ରହିଥିବା ସେ କହିଥିଲେ ହିଟମ୍ୟାନ୍‌ ।ଆଇପିଏଲର ଗୁରୁବାର ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମୁକାବିଲାରୁ ସହଜରେ ଜିତିନେଇଥିଲା ମୁମ୍ବାଇ । ୫ ୱିକେଟରେ ପରାସ୍ତ ହୋଇଥିଲା ଚେନ୍ନାଇ ସୁପର କିଙ୍କସ ।
ମୁମ୍ବାଇ ବିଜୟର ହିରୋ ଥିଲେ ଡାନିଏଲ ସାମ୍ସ ଓ ତିଲକ ବର୍ମା । ସାମ୍ସ ତିନୋଟି ୱିକେଟ୍‌ ନେଇଥିବା ବେଳେ ତିଲକ ସଙ୍କଟରୁ ଉଦ୍ଧାର କରି ଦଳକୁ ଜିତାଇଥିଲେ । ସେ ୩୪ ରନ୍‌ କରି ଅପରାଜିତ ରହିଥିଲେ । ତେବେ ମ୍ୟାଚ୍‌ ପରେ ତିଲକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହାସହ ସେ ଶୀଘ୍ର ଦଳ ପାଇଁ ତିନୋଟି ଫର୍ମାଟରେ ଖେଳିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 17 =