ପ୍ରେସର କୁକର ବୋମା ଠାବ

0 65

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ କିଲୋ ଓଜନର ପ୍ରେସର କୁକର ବୋମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ।

hiring

ବିଜାପୁରରେ ଯବାନଙ୍କୁ  ଟାର୍ଗେଟ କରିବା ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ମାଟିତଳେ ଖଞ୍ଜିଥିଲେ ପ୍ରେସର କୁକର ବୋମା। ୧୬୫ ସିଆରପିଏଫ୍ ବାଟାଲିୟନର ଯବାନମାନେ ପାମମଲାର ବାଙ୍ଗେଲି ନିକଟରେ ନିର୍ମାଣାଧୀନ ଏକ ବ୍ରିଜକୁ ସୁରକ୍ଷା ଦେବାକୁ ଯିବା ବେଳେ  ନକ୍ସଲମାନେ ଖଞ୍ଜିଥିବା ୫ କିଲୋ ଓଜନର ପ୍ରେସର କୁକର ବୋମାକୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

hiranchal ad1
Leave A Reply

Your email address will not be published.

3 × five =