Vaibhav Sooryavanshi Ban Debate: କ୍ରିକେଟ୍ ପଡ଼ିଆରେ ମହାଭାରତ ! ବ୍ୟାନ୍ ହେବେ କି ବୈଭବ ସୂର୍ଯ୍ୟବଂଶୀ?

0 51

ହାଇ ଭୋଲ୍ଟେଜ ମ୍ୟାଚରେ ଦେଖିବାକୁ ମିଳିଲା ହାଇ-ଲେଭେଲ୍ ଡ୍ରାମା । ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ଦଳର ୧୫ ବର୍ଷୀୟ ଷ୍ଟାର୍ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ହରାଇବା ପରେ କ୍ରିକେଟ୍ ମଇଦାନରେ ଶ୍ରୀଲଙ୍କା ଖେଳାଳିଙ୍କ ସହ ବୈଭବଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ ଏବେ ବୈଭବଙ୍କ ଉପରେ ବ୍ୟାନ୍ ବା ବାସନ୍ଦ ହେବାର ବିପଦ ମାଡ଼ି ଆସୁଛି । ତେବେ କ’ଣ ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଘଟଣାଟି ଘଟିଛି ଡାମ୍ବୁଲା ମଇଦାନରେ । ଏକ ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ଭାରତୀୟ ଦଳ ସୁପର ଓଭରରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା । ମ୍ୟାଚ୍ ହାରିବା ପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ବ୍ୟାଟିଂ ପାର୍ଟନର ସୂର୍ଯ୍ୟାଂଶ ସେଜଗେ ନିରାଶ ହୋଇ ପାଭିଲିୟନକୁ ଫେରୁଥିଲେ। ଠିକ୍ ଏହି ସମୟରେ ଶ୍ରୀଲଙ୍କା କ୍ୟାମ୍ପର ଖେଳାଳି ବିଶେନ୍ ହଲାମବାଗେ ବୈଭବଙ୍କୁ ଟାର୍ଗେଟ୍ କରି ସ୍ଲେଜିଂ କରି କହିଥିଲେ, ‘ମ୍ୟାଚ୍ ସରିଗଲା… ଏବେ ଘରକୁ ପଳାଅ ।’

hiring

ଶ୍ରୀଲଙ୍କା ଖେଳାଳିଙ୍କ ଏହି କଥା ଶୁଣି ୧୫ ବର୍ଷର ଯୁବ ଖେଳାଳି ବୈଭବ ନିଜ ରାଗ ସମ୍ଭାଳି ପାରିନଥିଲେ । ଏହାପରେ ବୈଭବ ସୂର୍ଯ୍ୟବଂଶୀ ପଛକୁ ଫେରିଲେ ଏବଂ ସିଧା ଯାଇ ହଲାମବାଗେଙ୍କୁ ଏକ ଜୋରଦାର୍ ଧକ୍କା ମାରିଲେ, ଯାହା ଦେଖି ପୂରା ଷ୍ଟାଡିୟମ୍ ସ୍ତବ୍ଧ ହୋଇଯାଇଥିଲା । ଯଦି ସେହି ସମୟରେ ଶ୍ରୀଲଙ୍କାର ସିନିୟର ଖେଳାଳି ନିରୋସାନ ଡିକୱେଲା ଏବଂ ଅମ୍ପାୟାରମାନେ ମଝିକୁ ଆସିନଥା’ନ୍ତେ, ତେବେ ପଡ଼ିଆ ମଝିରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥା’ନ୍ତା ନିଶ୍ଚିତ ।

କେବଳ ସେତିକି ନୁହେଁ, ମ୍ୟାଚ୍ ସମୟରେ ମଧ୍ୟ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ କ୍ୟାପଟେନ ତିଲକ ବର୍ମା ଓ ବୈଭବ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ଯେଉଁଥିପାଇଁ କୋଚ୍ ହୃଷିକେଶ କାନିତକରଙ୍କୁ ସେମାନଙ୍କୁ ଟାଣି ଟାଣି ଆଣିବାକୁ ପଡ଼ିଥିଲା । ଏଭଳି ଘଟଣା ପରେ ବୈଭବଙ୍କ ଉପରେ କେଉଁ ଆକ୍ସନ ନିଆଯିବ, ତାକୁ ନେଇ କ୍ରିକେଟ୍ ଜଗତରେ ଜୋରଦାର ଚର୍ଚ୍ଚା ଲାଗିରହିଛି, ଆଇସିସି କୋଡ୍ ଅଫ୍ କଣ୍ଡକ୍ଟର ଲେଭଲ୍-୨ ଅନୁସାରେ, ପଡ଼ିଆରେ କୌଣସି ଖେଳାଳିଙ୍କୁ ଶାରୀରିକ ଆଘାତ ଦେବା ବା ଧକ୍କା ମାରିବା ଏକ ଗମ୍ଭୀର ଅପରାଧ । ସୌଭାଗ୍ୟବଶତଃ ବୈଭବଙ୍କର ଏହା ପ୍ରଥମ ଭୁଲ୍, ତେଣୁ ସେ ବ୍ୟାନ୍ ହେବାରୁ ବଞ୍ଚିଯାଇ ପାରନ୍ତି । କିନ୍ତୁ ତାଙ୍କ ଉପରେ ୧୦୦ ପ୍ରତିଶତ ମ୍ୟାଚ୍ ଫି’ର ଜରିମାନା ସହ ୪ଟି ଡିମେରିଟ୍ ପଏଣ୍ଟ ଲାଗିବା ଏକପ୍ରକାର ନିଶ୍ଚିତ ।

hiranchal ad1
Leave A Reply

Your email address will not be published.

nineteen − 4 =