ବିରାଟଙ୍କ ଝିଅ ବାମିକାଙ୍କ ପ୍ରଥମ ଝଲକ

0 86

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ରବିବାର ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ସମସ୍ତେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମ ଥର ପାଇଁ ଟିଭି ସ୍କ୍ରିନରେ ଦର୍ଶକମାନେ ଦେଖିବାକୁ ପାଇଥିଲେ ବିରାଟଙ୍କ ଝିଅ ବାମିକାଙ୍କୁ । ଏହି ସମୟରେ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡସରେ ନିଜ ଝିଅ ବାମିକାଙ୍କୁ ଧରି ଛିଡା ହୋଇଥିଲେ । ଆଉ କ୍ୟାମେରାର ଲେନ୍ସ ତାଙ୍କ ଉପରେ ପଡିବା ସହିତ ଟିଭି ସ୍କ୍ରିନରେ ହଜାର ହଜାର ଦର୍ଶକ ପ୍ରଥମ କରି ବାମିକାଙ୍କୁ ଦେଖିବାକୁ ପାଇଥିଲେ । ତେବେ ଏହା ପୂର୍ବରୁ କେବେ ବି ବାମିକାଙ୍କୁ ଏଭଳି ଢଙ୍ଗରେ ଦର୍ଶକମାନେ ଦେଖିବାକୁ ପାଇନଥିଲେ ।

hiranchal ad1
Leave A Reply

Your email address will not be published.

eleven + five =