ଡକାୟତି ଅଭିଯୋଗରେ ୩ ଗିରଫ ସହ ଚୋରି ସାମଗ୍ରୀ ଉଦ୍ଧାର

0 108

ଗଞ୍ଜାମ :ଗତ ରାତି ପ୍ରାୟ ୨ଘଣ୍ଟା ସମୟରେ ବ୍ରହ୍ମପୁର ସଦର ଥାନା ପୋଲିସ୍‌ ପେଟ୍ରୋଲିଂ କରୁଥିବା ସମୟରେ ତିନିଜଣ ଅଭିଯୁକ୍ତକୁ ସନ୍ଦେହ କରି ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ବଉଳଝୋଳି ଗ୍ରାମର ଏସ୍‌. ରମେଶ(୪୫), ବଡବଜାର ଥାନା ଅନ୍ତର୍ଗତ ବାଉରୀ ସୁକୁଣ୍ଡା ଏନାଦ୍ରୀ ସାହିର କେ. ପ୍ରକାଶ(୨୮) ,ସଦର ଥାନା ଅନ୍ତର୍ଗତ ବାଳକୃଷ୍ଣ ପୁର ଗ୍ରାମର ଟି. ରାମ(୩୨) ବୋଲି ଜଣାପଡିଛି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ୨୨ତାରିଖ ମଧ୍ୟ ରାତ୍ରିରେ ସଦର ପୋଲିସ୍‌ ପେଟ୍ରୋଲିଂ କରିବା ସମୟରେ ବିଭିନ୍ନ ପ୍ରକାର ମରଣାନ୍ତକ ଅସ୍ତ୍ରଶସ୍ତ୍ର ଧରି ବାଲିପଡ଼ା ଗ୍ରାମ ନିକଟସ୍ଥ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା (ଏସ୍‌ ଏଚ୍‌-୧୭)ରେ ଏସାର୍‌ ପେଟ୍ରୋଲ ପମ୍ପରେ ଡକାୟତି କରିବାକୁ ଉଦ୍ୟମ ଚଳାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ସଦର ଥାନା ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏବଂ ସେମାନଙ୍କ ଠାରୁ ଦୁଇଟି ଲୁହା ଖଣ୍ଡ, ଗୋଟିଏ ଲୁହା କଟର ବ୍ଲେଡ୍‌ ଜବତ କରିଥିଲା ।

hiring

ତେବେ ଅଭିଯୁକ୍ତଙ୍କୁ ଅଧିକ ପଚରଉଚରା ପରେ ଜଣାପଡ଼ିଛି ଯେ, ଏକ ସପ୍ତାହ ପୂର୍ବରୁ ଦକ୍ଷିଣପୁର ସ୍ଥିତ ତ୍ରିଶକ୍ତି ଠାକୁରାଣୀ ମନ୍ଦିରରୁ ରୂପା ମୁକୁଟ ଓ ରୂପା ଜିଭ ଚୋରି କରିଥିବା ସ୍ୱୀକାର କରିଛନ୍ତି । ତେବେ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବା ସହ ଥାନା କେସ୍‌ ନଂ ୨୫/୨୨ ପ୍ରକାରେ ୟୁ/ ଏସ୍‌ ୩୯୯/୪୦୨ ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର । ଏହି ଚଢ଼ାଉରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ,ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା , ସଦର ଏସ୍‌ ଆଇ ତନ୍ମୟ ରଞ୍ଜନ ମିଶ୍ରଙ୍କ ସମେତ ସଦର ଥାନା ଓ ନିମଖଣ୍ଡି ଫାଣ୍ଡି ଟିମ୍‌ ପୋଲିସ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =