ଅପ୍ରେଲ୍ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି

0 996

ଭୁବନେଶ୍ୱର : ବିଶ୍ୱରେ କୋଭିଡ୍‌-୧୯ ତାହାର କରାଳ ରୂପ ଦେଖାଇ ଚାଲିଥିବା ବେଳେ ଦେଶ ଏପରିକି ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଏପରି ସ୍ଥିତିରେ ମଣିଷ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇ ରାଜ୍ୟ କ୍ୟାବିନେଟ୍ ନଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ତିନୋଟି ବଡ଼ ନିଷ୍ପତ୍ତି ହେଉଛି ଲକ୍‌ଡାଉନ୍‌କୁ ଅପ୍ରେଲ୍ ୩୦ ପର୍ଯ୍ୟନ୍ତ ପ୍ରସ୍ତାବ ମଞ୍ଜୁରୀ । ଏ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଭିଡ଼ିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ସମୟରେ ଟ୍ରେନ୍ ଓ ବସ୍ ବନ୍ଦ ରହିବ । ମଣିଷ ଜୀବନ ଆମମାନଙ୍କ ନିକଟରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଘରେ ରହିବା ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ଦୃଷ୍ଟିରୁ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଛି । ତେବେ ଏ ସମୟରେ କୃଷି କାର୍ଯ୍ୟ ସାମାଜିକ ଦୂରତ୍ୱକୁ ଦୃଷ୍ଟି ଦେଇ ଜାରି ରହିବ ।

hiring

ମନରେଗାରେ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ । ଯେଉଁ ଶ୍ରମିକମାନେ ରାଜ୍ୟ ବାହାରେ ରହିଯାଇଛନ୍ତି, ଯିଏ ଯେଉଁଠାରେ ଅଛନ୍ତି ସେଠାରେ ସେମାନଙ୍କ ଯତ୍ନ ନେବା ପାଇଁ ସେଠା ସରକାରଙ୍କୁ ଅନୁରୋଧ କରାଯାଇଛି । ସରକାର ସେମାନଙ୍କର ସମସ୍ତ ଦାୟିତ୍ୱ ବହନ କରିବେ । ସେହିଭଳି ରାଜ୍ୟରେ ଫଶି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ପାଇଁ ମଧ୍ୟ ସରକାର ସବୁ ସୁବିଧା ଯୋଗାଇ ଦେଉଛନ୍ତି । କ୍ୟାବିନେଟ୍‌ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭିତରେ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ, କଲେଜ୍ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ସେହିଭଳି, ସ୍ୱାସ୍ଥ୍ୟ ସମ୍ପଦର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟରେ ଏକ ଲକ୍ଷ ରାପିଡ୍ ଟେଷ୍ଟିଂ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଡାକ୍ତରମାନଙ୍କ ସହଯୋଗରେ ଟେଲିମେଡ଼ିସିନ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସେହିଭଳି, ଖାଦ୍ୟ ଯୋଗାଣ ବିଭାଗ ଅଧିନରେ ଖାଦ୍ୟ ସୁରକ୍ଷା ଯୋଜନା ଲୋକଙ୍କ ପାଇଁ ଅତି ଜରୁରୀ ହୋଇଥିବାରୁ ଏହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଣୁ ଏ ସମ୍ପର୍କରେ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରେ ଉପସ୍ଥିତ ରହି କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଲୋକସେବା ଭବନରେ କ୍ୟାବିନେଟ୍‌ର ପାଞ୍ଚ ଜଣ ବରିଷ୍ଠ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ରହି କ୍ୟାବିନେଟରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

eleven + two =