କରୋନା ଆକ୍ରାନ୍ତ ଚିହ୍ନଟ ପରେ ସତ୍ୟନଗରକୁ ସିଲ୍‌କଲା ବିଏମ୍‌ସି

0 711

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ ଆଜି ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗତକାଲି ଭୁବନେଶ୍ୱର ଆଇବି ଅଫିସକୁ ସିଲ୍ କରାଯାଇଥିବା ବେଳେ ସେହି ଅଫିସର ଜଣେ କର୍ମଚାରୀଙ୍କ କ୍ୱାର୍ଟର୍ସ ସତ୍ୟନଗର ଅଞ୍ଚଳରେ ରହିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ନା ସେ ରାଜ୍ୟ ବାହାରକୁ ଯାଇ ଆସିଛନ୍ତି, ନା ବିଦେଶରୁ ଆସିଛନ୍ତି । ତେଣୁ କୋଭିଡ୍‌-୧୯ର ନିୟମ ଅନୁଯାୟୀ ସତ୍ୟନଗର ସିଲ୍ କରାଯାଇଛି । ସିଲ୍ ହୋଇଥିବା ସତ୍ୟନଗର ଅଞ୍ଚଳଗୁଡ଼ିକ ହେଲା ସତ୍ୟନଗର କାଳୀମନ୍ଦିର ଛକରୁ କାଳୀମନ୍ଦିର ପଛ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସ । ସେହିଭଳି ସତ୍ୟନଗର ଛକରୁ ବିଗ୍ ବଜାର ରୋଡ୍‌କୁ ସିଲ୍ କରାଯାଇଛି । ସେହି ଅଞ୍ଚଳ ଭିତରକୁ କାହାକୁ ଛଡ଼ାଯିବ ନାହିଁ କିମ୍ବା କେହି ବାହାରକୁ ଯାଇପାରିବେ ନାହିଁ । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସିଲ୍ ଥିବା ଅଞ୍ଚଳର ବାସିନ୍ଦାଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଏମ୍‌ସି ପକ୍ଷରୁ ଯୋଗାଇ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଏମ୍‌ସି ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦା, ଯଦୁପୁର ଅଞ୍ଚଳ ଏପରିକି ୟୁନିଟ୍‌-୪ ଓ ମଧୁସୂଦନ ନଗରକୁ ଆଂଶିକ ସିଲ୍ ରଖିଛି ।

hiranchal ad1
Leave A Reply

Your email address will not be published.

two × 4 =