କରୋନା ପାଇଁ ତିନି ହଜାର ଟଙ୍କା ଦାନ କଲେ ଦିବ୍ୟାଙ୍ଗ ଲବ କୁମାର

0 629

ବଲାଙ୍ଗୀର : ମହାମାରୀ ରୂପକ କରୋନାରେ ସାରା ବିଶ୍ୱ କବଳିତ ହୋଇପଡ଼ିଛି । ଏହି ମହାମାରୀରୁ ରକ୍ଷା ପାଇଁ ସାରା ଭାରତ ବର୍ତ୍ତମାନ ୨୧ ଦିନ ପାଇଁ ଲକ୍‌ଡାଉନ୍‌ରେ ରହିଛି । ଏଭଳି ସ୍ଥିତିରେ ଶିଳ୍ପପତି, ଫିଲ୍ମ୍ ଜଗତ, ବିଭିନ୍ନ କ୍ରୀଡ଼ାବିତ୍‌ମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟର ହାତ ବଢ଼ାଉଥିବା ବେଳେ ଏଥିରୁ ବାଦ୍ ପଡ଼ିନାହାଁନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବାସିନ୍ଦା ଲବ କୁମାର ଅଗ୍ରୱାଲା । ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ସ୍ୱାମୀ ସ୍ତ୍ରୀ ମାସିକ ସାତଶହ ଟଙ୍କା ଲେଖାଏଁ ସରକାରଙ୍କ ଠାରୁ ଭତ୍ତା ପାଆନ୍ତି । ଏହିପରି ସେ ଚାରି ମାସର ଭତ୍ତା ୨୮୦୦ ଟଙ୍କା ଓ ତାଙ୍କ ସ୍ତ୍ରୀ ନିଜ ନିକଟରେ ସଞ୍ଚୟ କରିଥିବା ୨୦୦ ଟଙ୍କା ମିଶାଇ ୩୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଉପଜିଳ୍ଲପ।।ଳଙ୍କ ଜରିଆରେ ଚେକ୍ ମାଧ୍ୟମରେ ଦାନ କରିଛନ୍ତି । ତାଙ୍କର ଏଭଳି ମନୋବୃତ୍ତିକୁ ସାରା ଜିଲ୍ଲାରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

eight − 4 =