କୋଭିଡ୍‌-୧୯ ପରିଚାଳନାର ସ୍ଥିତି ପରଖିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

0 673

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ଚାଲିଥିବା କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି । ସେଠାରେ ସେ ଦୁହେଁ କୋଭିଡ୍‌-୧୯ର ପରିଚାଳନା ଓ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ । ସେଠାରୁ ସେମାନେ ଭଦ୍ରକ ଓ ଯାଜପୁର ଗସ୍ତରେ ଯିବେ ବୋଲି ମୁଖ୍ୟ ଶାସନ ସଚିବଙ୍କର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ାରେ ମୁଖ୍ୟ ଶାସନ ସଚିବ ପହଞ୍ଚିବା ପରେ ସେଠାରେ କୋଭିଡ୍‌-୧୯ ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତ ହେଉଥିବା କୋଭିଡ୍ ହସ୍ପିଟାଲ୍‌ର ଆସନ୍ନ, ବୈଷୟିକ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କଟକ, ଭୁବନେଶ୍ୱରରେ ୧୩୦୦ ଆସନ ବିଶିଷ୍ଟ ୩ଟି ଉଚ୍ଚସମ୍ପନ୍ନ କୋଭିଡ୍‌-୧୯ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ପରେ ଜିଲ୍ଲାସ୍ତରରେ ବିଶେଷ କରି ଉପକୂଳ ଓ ଉପାନ୍ତ ଓଡ଼ିଶାରେ ଏଭଳି ହସ୍ପିଟାଲର ପରିଚାଳନା ଓ ପ୍ରସ୍ତୁତି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଖୁବ୍‌ଶୀଘ୍ର ଏଗୁଡ଼ିକୁ କିଭଳି କାର୍ଯ୍ୟକ୍ଷମ କରାଯାଇପାରିବ ସେ ଦିଗରେ ଉଦ୍ୟମ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

15 + 8 =