କୋଭିଡ୍ ଟେଷ୍ଟିଂ ପାଇଁ ଭିମସାରକୁ ମିଳିଲା ନାହିଁ ଅନୁମତି : ସରକାରଙ୍କୁ ଦାୟୀକଲେ ଲୋକେ

0 722

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଉଚ୍ଚ ଚିକିତ୍ସା ପାଇଁ ଏକମାତ୍ର ଶାହାଭରସା ରୂପେ ପରିଚିତ ଭିମ୍‌ସାର ଠାରେ କୋଭିଡ୍ ଟେଷ୍ଟିଂ ସେଣ୍ଟ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ କାଟ୍ ଖାଇଛି । ଏଥିପାଇଁ ଆନୁସଙ୍ଗିକ ସୁବିଧା ସେଠାରେ ମହଜୁଦ୍ ନଥିବାରୁ ଏହି ବହୁ ପ୍ରତୀକ୍ଷିତ ଅନୁମତି ମିଳିପାରିଲା ନାହିଁ ବୋଲି କୁହାଯାଇଚି । ଏହି ଅନୁଷ୍ଠାନ ହେଉଛି ସ୍ୱୟଂ ରାଜ୍ୟ ସରକାରଙ୍କର ଓ ଏଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାର ଗୁରୁଦାୟିତ୍ୱ ରାଜ୍ୟ ସରକାରଙ୍କର ରହିଛି । ଏଣୁ ଏହି ଚରମ ବିଫଳତା ପାଇଁ ରାଜ୍ୟ ସରକାର ସ୍ୱୟଂ ଦାୟୀ । ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ସଦାସର୍ବଦା ଉପେକ୍ଷା ଓ ଅବହେଳା କରୁଛନ୍ତି, ଏହା ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ । ମହାମାରୀ କରୋନା କବଳରୁ ମାନବତାକୁ ରକ୍ଷା କରିବା ପାଇଁ ବିଶ୍‌ବରେ ସର୍ବତ୍ର ଚେଷ୍ଟା ଅବ୍ୟାହତ ରହିଥିବା ସମୟରେ କିଛି ସରକାରୀ କର୍ମଚାରୀଙ୍କ ଅକର୍ମଣ୍ୟତା ଓ ମୁର୍ଖତା ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟ ଓ ଆଶଙ୍କାର ବାତାବରଣ ଖେଳିଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଭିମ୍‌ସାରକୁ କୋଭିଡ୍ ଟେଷ୍ଟିଂ କେନ୍ଦ୍ର ରୂପେ ତିଆରି କରିବା ପାଇଁ ଅନେକ ଆକାଂକ୍ଷା ଓ ଉସବାହର ସହିତ ପ୍ରସ୍ତୁତି ଆଗେଇ ଚାଲିଥିଲା; କିନ୍ତୁ ପରିଶେଷରେ ଅନୁମତି ମିଳୁନାହିଁ ବୋଲି ଜଣାପଡ଼ିଲା ପରେ ଏଠାରେ ସବୁଆଡେ ଅସନ୍ତୋଷର ବାତାବରଣ ବ୍ୟାପିଯାଇଛି । ଲକ୍‌ଡାଉନ୍‌କୁ ସମ୍ମାନ ଜଣାଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁନାହାନ୍ତି ସିନା, ଏଠାରେ ଜନଅସନ୍ତୋଷର ଚରମ ସ୍ଥିତି ଆସି ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

two × one =