କୋରୋନା ମୁକାବିଲା ସମୟରେ ବୁଲା ଗାଈଗୋରୁଙ୍କୁ ଦାନା ଯୋଗାଇଲା ଫିରିଙ୍ଗିଆ ବ୍ଲକ୍

0 628

ଫୁଲବାଣୀ : କୋରୋନା ଭୂତାଣୁର ମୁକାବିଲା ପାଇଁ ଗ୍ରାମାଂଚଳଠାରୁ ସହରାଂଚଳରେ ଜନଜୀବନ ଠପ୍ ହୋଇଯାଇଥିବା ବେଳେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏଥିଯୋଗୁଁ ରାସ୍ତାରେ ବୁଲି ବୁଲି ଜୀବନ ବଂଚାଉଥିବା ଅସହାୟ ପଶୁପକ୍ଷୀମାନଙ୍କର ମଧ୍ୟ ଅବସ୍ଥା ମଧ୍ୟ ଖରାପ ରହିଛି । ଏହାକୁ ଗରୁତର ସହ ହୃଦୟଙ୍ଗମ କରି ଫିରିଙ୍ଗିଆ ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମହନ୍ତ ଏହି ବୁଲା ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ଜରିଆରେ ବ୍ଲକ୍‌ର ବିଭିନ୍ନ ଅଂଚଳରେ ଗତ ଅପ୍ରେଲ ୭ ତାରିଖଠାରୁ ପଦକ୍ଷେପ ନେଇଛନ୍ତି । ଫୋନ୍ ଯୋଗେ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱରଞ୍ଜନ କରଙ୍କ ସହ ଗତ ଅପ୍ରେଲ ୬ ତାରିଖରେ ଆଲୋଚନା କରି ତୁରନ୍ତ ପରଦିନଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ତତ୍‌କ୍ଷଣାତ୍ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରି ଅନୁଷ୍ଠାନ ତରଫରୁ ବିଭିନ୍ନ ଅଂଚଳରେ ଥିବା ସ୍ୱେଚ୍ଛାସେବୀମାନଙ୍କ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଫିରିଙ୍ଗିଆ ବ୍ଲକ୍‌ର ବନ୍ଧଗଡ଼, ରତଙ୍ଗ, ଭୃଙ୍ଗିଯୋଡ଼ି, କେଳାପଡ଼ା, ଗୋଚ୍ଛାପଡ଼ା, ବାଲନ୍ଦାପଡ଼ା, ଡିଣ୍ଡିରାଗାଁ, କୁଡୁକି ଓ ଫିରିଙ୍ଗିଆ ବଜାର ଭଳି ବିଭିନ୍ନ ଅଂଚଳରେ ରାସ୍ତାରେ ବୁଲୁଥିବା ଗାଈ, ବଳଦ, ଛେଳି, ମେଣ୍ଢାଙ୍କୁ ବିଭିନ୍ନ ଫଳ, ପନିପରିବା, କୁଣ୍ଡା, ନଡ଼ା, ପେଜ ତୋରାଣୀ ଇତ୍ୟାଦି ଖାଇବାକୁ ଦେଇ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା ଜାରୀ ରହିଛି । ଏଥିରେ ସ୍ୱାତୀ ଅନୁଷ୍ଠାନ ତରଫରୁ ପ୍ରଭାତ ନାୟକ, ବିନୋଦ ବେହେରା, ଅକ୍ଷୟ ପ୍ରଧାନ, ପ୍ରିୟଦର୍ଶନୀ ପ୍ରଧାନ, ବସନ୍ତ ପ୍ରଧାନ, ସଞ୍ଜୟ ରଣା, କୃଷ୍ଣଚନ୍ଦ୍ର ମହାକୁଡ଼ ପ୍ରମୁଖ ସହଯୋଗ କରିଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସ୍ୱାଇଁଙ୍କ ମାଧ୍ୟମରେ ଏହାର ତଦାରଖ କରୁଥିଲେ । ତଥ୍ୟ ନେବାରୁ ଜଣାଯାଇଛି, ଗତ ୧୧ ତାରିଖ ପର୍ଯ୍ୟନ୍ତ ୧୦୦୦ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୬୮୨ଟି ପଶୁପକ୍ଷୀଙ୍କୁ ଏଥିରେ ସାମିଲ୍ କରାଯାଇପାରିଛି ।

hiranchal ad1
Leave A Reply

Your email address will not be published.

five × one =