ଦେଶରେ ପ୍ରଥମ : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ବେଦିକ୍‍ ମେମୋରି ଲାବ୍‍ ଉଦ୍‍ଘାଟିତ

0 637

ଭୁବନେଶ୍ୱର : ଦେଶର ପ୍ରଥମ ବେଦିକ୍‍ ମେମୋରୀ ଲ୍ୟାବ୍‍ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସୋମବାର ଉଦ୍‍ଘାଟିତ ହୋଇଯାଇଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଲ୍ୟାବ୍‍କୁ ଉଦ୍‍ଘାଟନ କରି କହିଲେ, ବୈଦିକ ଯୁଗରେ କୌଣସି ଲିଖିତ ବ୍ୟବସ୍ଥା ନଥିବାରୁ ଲୋକମାନେ ଶୁଣି ଶୁଣି ମନେ ରଖୁଥିଲେ । ପରେ ଏସବୁକୁ ମନେପକାଇ କାବ୍ୟ ଆକାରରେ ଲେଖାଗଲା । କାରଣ ଗଦ୍ୟ ଅପେକ୍ଷା ପଦ୍ୟକୁ ମନେରଖିବା ସହଜ ହୋଇଥାଏ । ବୈଦିକ ସ୍ମରଣ କୌଶଳ ବହୁ ପୁରାତନ । ସବୁକଥାକୁ ମନେରଖିବା ପାଇଁ ସେତେବେଳେ କେତେଗୁଡ଼ିକ କୌଶଳ ବ୍ୟବହାର କରାଯାଉଥିଲା । ବୈଦିକ ସ୍ମରଣ କୌଶଳ ପିଲାମାନଙ୍କୁ ଚିନ୍ତାମୁକ୍ତ ଓ ମାନସିକ ଚାପମୁକ୍ତ ରଖିବା ସାହାଯ୍ୟ କରିବ । ଏହା ସେମାନଙ୍କର ସାମଗ୍ରୀକ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ । ବେଦିକ ମେମୋରି ଲ୍ୟାବ୍‍ ହେଉଛି ଶ୍ରୀମାର୍ଗ ଟ୍ରଷ୍ଟର ଏକ ପ୍ରୟାସ । ଏହାର ମୁଖ୍ୟ ହେଉଛନ୍ତି ଶ୍ରୀ ଦିବ୍ୟାନନ୍ଦଜୀ ମହାରାଜ ।

hiring

ସେ ଶ୍ରୀ ବିଦ୍ୟାରେ ଜଣେ ପ୍ରବୀଣ ପ୍ରଶିକ୍ଷକ । ତାଙ୍କର ଶିଷ୍ୟ ବୀରେନ୍ଦ୍ର ମେହେଟ୍ଟାଙ୍କ ସହଯୋଗରେ ଏହି ଲ୍ୟାବ ପ୍ରତିଷ୍ଠା କରାଯାଇଛି । ବୀରେନ୍ଦ୍ର ମେହେଟ୍ଟା ଅକ୍‍ସଫୋର୍ଡ ଆଡ୍‍ଭାନ୍‍ସଡ୍‍ ଡିକ୍‍ସିନାରୀକୁ ମନେରଖି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଏହି ବେଦିକ୍‍ ଲ୍ୟାବ୍‍ ମାଧ୍ୟମରେ ସଠିକ୍‍ ଖାଦ୍ୟ, ସ୍ମରଣ କୌଶଳ, ଶ୍ରୀ ବିଦ୍ୟା ଧ୍ୟାନର ସମନ୍ୱୟରେ ପିଲାମାନଙ୍କର ସାମଗ୍ରୀକ ବିକାଶ କରାଯିବ । ତାରକା ଖାଦ୍ୟ ପରାମର୍ଶଦାତ୍ରୀ ନିତା ଶିଶୁମାନଙ୍କ ପାଇଁ ଶାରୀରିକ ଓ ମାନସିକ ବିକାଶରେ ଆବଶ୍ୟକ ପୋଷଣ ପାଇଁ ପରାମର୍ଶ ଦେବେ । ଏହି ଲ୍ୟାବ୍‍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ବିଦ୍ୟା କଳା, ବୈଦିକ ସ୍ମୃତି, ମାନସିକ ଶକ୍ତି ଏବଂ ପରିକଳ୍ପନା କଳା ଆଦି ଅନେକ ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଲୁକ୍‍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବେ । ଏହା ହେଉଛି ବେଦିକ୍‍ ଲ୍ୟାବ୍‍ର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ, ବେଦିକ୍‍ ମେମୋରୀ ପ୍ରଶିକ୍ଷକ ବୀରେନ୍ଦ୍ର ମେହେଟ୍ଟା, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଚାନ୍ଦ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 1 =