ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଞ୍ଚସ୍ଥ

0 646

ବୈାଦ୍ଧ – ବୌଦ୍ଧର ରାମଲୀଳା ଯାତ୍ରା ବୁଧବାର ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଂଚସ୍ଥ ହୋଇଥିଲା । ସ୍ଥାନୀୟ ରାମଲୀଳାପଡିଆର ମାରୁତୀମଣ୍ଡପରେ ପ୍ରଦର୍ଶିତ ହୋଇ ଆସୁଥିବା ଏହି ନାଟକରେ ପୁଅ ଇନ୍ଦ୍ରଜିତର ନାଗଫାଶ ବଂଧନରୁ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ମୁକ୍ତ ହୋଇଯିବା ଖବରପାଇ ଲଙ୍କା ନରେଶ ରାବଣ ବ୍ୟତିବ୍ୟସ୍ତ ହୋଇଯାଇଛି । ରାଜସଭାର ପରାମର୍ଶକ୍ରମେ ପରମ ପ୍ରତାପୀ ଭାଇ କୁମ୍ଭକର୍ଣ୍ଣକୁ ନିଦରୁ ଉଠାଇ ଆଣିବାକୁ ରାବଣ ସୈନ୍ୟମାନଙ୍କୁ ପଠାଇଛି । ଭାଇଙ୍କ ହଠାତ ଡାକରାରେ କୁମ୍ଭକର୍ଣ୍ଣ ରାବଣ ନିକଟରେ ପହଂଚି ଶ୍ରୀରାମଙ୍କ ସମ୍ପର୍କରେ ସମସ୍ତ କଥା ଶୁଣି ଯୁଦ୍ଧକ୍ଷେତ୍ରକୁ ଯାଇଛି । ସେଠାରେ ଶ୍ରୀରାମ ସେନାଙ୍କୁ ଗୋଟା ଗିଳି ନିପାତ କରି ଚାଲିଥିବାବେଳେ ରାମଚନ୍ଦ୍ରଙ୍କ ତୀରରେ ମୃତ୍ୟୁବରଣ କରିଛି । ନାଟକଟି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନିଖୁଣ ଭାବେ ପ୍ରଦର୍ଶିତ ହୋଇଥିଲା । ଏହି ନାଟକରେ କୁମ୍ଭକର୍ଣ୍ଣ ଭୁମିକାରେ ଜୟ ନାରାୟଣ ମହାନ୍ତି ଅଭିନୟ କରିଥିଲେ । ଏହି କୁମ୍ଭକର୍ଣ୍ଣ ବଧ ନାଟକ ଦେଖିବାକୁ ବୌଦ୍ଧ ସହର ତଥା ଆଖପାଖ ଅଂଚଳର ବହୁସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seven + 13 =