ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ : ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ

0 643

କନ୍ଧମାଳ ଜିଲ୍ଲା ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ । ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ । ସୂଚନା ପ୍ରକାରେ ବ୍ରହ୍ମଣୀ ଗାଁ ରୁ ତିନିକିଲୋମିଟର ଦୂର ଏକ ପାହାଡ଼ ଉପରେ ଛ ପରିବାର ବସବାସ କରୁଛନ୍ତି । ସେହି ପରିବାର ମଧ୍ୟରୁ ସୁଙ୍ଗୁଳା ମଳିକ ନାମକ ଜଣେ ବ୍ୟକ୍ତି ଘଞ୍ଚ ଜଙ୍ଗଲକୁ ଗାଇ ଚରାଇବାପାଇଁ ଯାଇଥିଲେ । ହଠାତ୍ ଗାଇଗୋରୁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହାଦେଖି ଭୟରେ ସୁଙ୍ଗୁଳା ସେଠାରୁ ଦୌଡ଼ି ପଳାଇ ଆସିଥିଲା ଗାଁ କୁ । ପରେ ସମସ୍ତ ଗ୍ରାମବାସୀ ମିସି ଗାଇ ଖୋଜିବାକୁ ଯାଇଥିଲେ ହେଲେ ସେଥିରୁ ଗୋଟିଏ ବାଛୁରୀ ନିଖୋଜ ଥିଲା । ବାଘ କିମ୍ବା କୌଣଶି ଜଙ୍ଗଲ ଜନ୍ତୁ ବାଛୁରୀକୁ ଖାଇଦେଇଥିବା ସନ୍ଦେହ କରି ବ୍ରହ୍ମଣୀ ଗାଁ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ ଗ୍ରାମବାସୀ । ଖବରପାଇ ବନାଞ୍ଚଳ ଅଧିକାରୀ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରିଛନ୍ତି ହେଲେ କୌଣଶି ଜନ୍ତୁର ଏଯାଏଁ ସୁରାକ୍ ମିଳିନାହିଁ ।

hiring

ପାହାଡ଼ ଉପରେ ରହୁଥିବା ପରିବାରଙ୍କୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଛି ବନବିଭାଗ ତରଫରୁ । ଏଥିସହିତ କୌଣଶି ଖବର ମିଳିଲେ ବନ ବିଭାଗକୁ ତୁରନ୍ତ ଜଣାଇବାକୁ କହିଥିବା କହିଛନ୍ତି ବ୍ରାହ୍ମଣୀ ଗାଁ ବନାଞ୍ଚଳ ଅଧିକାରୀ । ଗତ କିଛିଦିନ ପୂର୍ବରୁ ବ୍ରହ୍ମଣୀ ଗାଁ ନିକଟ ଉଲିପଦର ସରକାରୀ ବାଳିକା ବିଦ୍ୟାଳୟରେ ଅନ୍ତେବାସୀ ବାଘ ବୁଲୁଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ ମଧ୍ୟ ସେଠାରୁ ବାଘର କୌଣଶି ସୁରାକ୍ ପାଇନଥିଲା । ହେଲେ ଦୁଇଦୁଇଥର ଏଭଳି ଘଟଣା ଶୁଣି ଅଞ୍ଚଳବାସୀ ଏବେ ଆତଙ୍କିତ ଥିବା ଜଣାପଡ଼ିଛି । ସେପଟେ ଭୟନକରି ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ଅଞ୍ଚଳବାସୀଙ୍କୁ କହିଛନ୍ତି ବନାଞ୍ଚଳ ଅଧିକାରୀ ।

hiranchal ad1
Leave A Reply

Your email address will not be published.

one × three =