ଦୁଗ୍ଧ ଉତ୍ପାଦନ ଓ ଚାଷୀବୀମା ନେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦବେଗ

0 650

ନୂଆଦିଲ୍ଲୀ : ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମୋଦି ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦୁଗ୍ଧ ବ୍ୟବସାୟ କୃଷକମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ସାଧନ ବା ସମ୍ବଳ ହୋଇଥିବାରୁ ଏହା ଉପରେ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୪୦ ମିଲିୟନ୍ ଟନ୍ ଅଭିବୃଦ୍ଧି ଘଟିଥିବା ବେଳେ କେବଳ ଗତ ପାଞ୍ଚ ବର୍ଷ ଭିତରେ ମୋଦି ସରକାର ଏହି ଉତ୍ପାଦନ କ୍ଷେତ୍ରରେ ୫୦ ନିୟୁତ ଟନ୍ ଅଭିବୃଦ୍ଧି ହାସଲ କରିଛନ୍ତି । କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତଙ୍କର ଏ ସଂକ୍ରାନ୍ତ ଏକ ପ୍ରଶ୍ନ ଉପରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ବିଭାଗ ମନ୍ତ୍ରୀ ଗିରିରାଜ ସିଂହ ଲୋକସଭାରେ ଏହି ତଥ୍ୟ ରଖିଛନ୍ତି । ଡଃ ସାମନ୍ତ ପ୍ରଶ୍ନ କରିଥିଲେ ଯେ, ଭାରତ ଏକ କୃଷିପ୍ରଧାନ ଦେଶ । ୭୦ ପ୍ରତିଶତ ଲୋକ କୃଷି ଓ ତତ୍ସମ୍ବନ୍ଧିତ କାର୍ଯ୍ୟରେ ଜଡ଼ିତ ।

hiring

ଦେଶରେ ଦୁଗ୍ଧ ଦେଉଥିବା ଗାଈ ସଂଖ୍ୟା ସର୍ବାଧିକ । କିନ୍ତୁ ବିଶ୍ୱର ଯେକୌଣସି ଦେଶ ଏପରିକି ଆମେରିକା ଠାରୁ ଆମ ଦେଶରେ ଦୁଗ୍ଧ ଉତ୍ପାଦନ ୫୦ ପ୍ରତିଶତ କମ୍ । ତେଣୁ ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ କେନ୍ଦ୍ର ସରକାର କି ଯୋଜନା କରିଛନ୍ତି ତାହା ଜାଣିବାକୁ ଡଃ ସାମନ୍ତ ଚାହିଁଥିଲେ । ଏହାର ଉତ୍ତର ରଖି ମନ୍ତ୍ରୀ ଗିରିରାଜ ସିଂହ କହିଥିଲେ ଯେ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଦେଶରେ ବିଭିନ୍ନ ଶ୍ରେଣୀର ଗାଈ ଓ ମଇଁଷି ଅଛନ୍ତି । ସେମାନଙ୍କର ହାରାହାରି ଦୁଗ୍ଧ ଉତ୍ପାଦନ ପରିମାଣ ଯଥେଷ୍ଟ ଅଧିକ ।ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରାଷ୍ଟ୍ରୀୟ ଗୋକୁଳ ମିଶନ୍ ନାମରେ ଏକ ଯୋଜନା ଗ୍ରହଣ କରିଛନ୍ତି । ଏହି ଯୋଜନାର ଆଶାନୁରୂପ ସଫଳତା ମିଳିଛି । ଗତ ୧୦ ବର୍ଷ ତଳେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୪୦ ନିୟୁତ ଟନ୍ ଅଭିବୃଦ୍ଧି ଘଟିଥିଲା ବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୫୦ ନିୟୁତ ଟନ୍ ଅଭିବୃଦ୍ଧି ଘଟିଛି । ସେହିପରି, ପଶୁ ବୀମା ସମ୍ପର୍କିତ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ ଉପରେ ମଧ୍ୟ ମନ୍ତ୍ରୀ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =