ସାମାଜିକ ଦୂରତ୍ୱ ରକ୍ଷା କରି ହିତାଧିକାରୀ ନେଲେ ପିଡିଏସ୍ ସାମଗ୍ରୀ

0 609

ପାଟଣାଗଡ଼: ମହାମାରୀ କରୋନାର ମୁକାବିଲାକୁ ଦୃଷ୍ଟିରେ ରଖି ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ପଞ୍ଚାୟତରେ ସାମାଜିକ ଦୂରତା ରଖି ପିଡିଏସ୍ ହିତାଧିକାରୀମାନଙ୍କୁ ଗହମ, ଚାଉଳ ବଣ୍ଟନ କରାଯାଇଛି । ପିଡିଏସ୍ ସାମଗ୍ରୀ ନେବା ବେଳେ ସାବୁନ୍‌, ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ଲାଇନରେ ସାମାଜିକ ଦୂରତାରେ ରହି ଚାଉଳ ନେବାକୁ ତେନ୍ତୁଳିମୁଣ୍ଡା ଯୋଗାଣ ସହାୟକ ଦେବହରୀ ଦୀପ କହିଥିଲେ । ତାହାକୁ ମଧ୍ୟ ହିତାଧିକାରୀମାନେ ମାନିଥିଲେ । ଦିନକୁ ୭୦ ଜଣ ହିତାଧିକାରୀଙ୍କୁ ପିଡିଏସ୍ ସାମଗ୍ରୀ ଦେବାର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + 8 =