କଣ୍ଟାବାଞ୍ଜି ଜିଲ୍ଲା ଦାବୀରେ ବନ୍ଦ ପାଳନ

0 174

ବଲାଙ୍ଗୀର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ବିଜେପି ସୁପ୍ରିମୋ ପ୍ରତିଶ୍ରୁତି ଦେବା ପରେ ଆଉ କେତେକ ସ୍ଥାନରେ ମଧ୍ୟ ସମାନ ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କଂଟାବାଞ୍ଜି ଜିଲ୍ଲା ଦାବୀରେ କଂଟାବାଞ୍ଜି ଓ ଆଖପାଖ ଅଞ୍ଚଳରେ ଆଜି ଜିଲ୍ଲା ଦାବୀରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଟାବାଞ୍ଜି ସଂଘର୍ଷ ସମିତି ଡାକରାକୁ ବିଭିନ୍ନ ମହଲରୁ ସମର୍ଥନ ଓ ସହଯୋଗ ମିଳିଛି । ଏହି ବନ୍ଦ ଯୋଗୁଁ ବଲାଙ୍ଗୀର ଜିଲ୍ଲାର ବ୍ୟବସାୟିକ ପେଣ୍ଠ କଂଟାବାଞ୍ଜି ପୁରାପୁରି ଭାବରେ ଠପ୍‌ ହୋଇଯାଇଛି । ସମସ୍ତ ସରକାରୀ, ଘରୋଇ କାର୍ଯ୍ୟାଳୟ ସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଅଛି । ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ବହୁ ଆନ୍ଦୋଳନକାରୀ ସକାଳୁ ସକାଳୁ ରାସ୍ତା ଅବରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଟାବାଞ୍ଜି ଜିଲ୍ଲା ଦାବୀ ପୁରୁଣା ଓ ସମସ୍ତ ଦିଗରୁ ଯୁକ୍ତିଯୁକ୍ତ । ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଲଗାତାର ୧୨୦ଦିନ ଧାରଣା ଦିଆଯାଇଥିଲା । ସରକାର କଂଟାବାଞ୍ଜି ଜିଲ୍ଲା ଗଠନ କରନ୍ତୁ ଅନ୍ୟଥା ଲୋକେ ଜୋରଦାର ଆନ୍ଦୋଳନ କରିବେ ବୋଲି କଂଟାବାଞ୍ଜି ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲ ଓ ଅନ୍ୟମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =