କରୋନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢ଼ାଉଛି

0 682

ସମ୍ବଲପୁର : ଭିମ୍‌ସାର ଠାରେ କୋଭିଡ୍ ଟେଷ୍ଟିଂ କେନ୍ଦ୍ର ଖୋଲିବା ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ପଷ୍ଟୀକରଣ ପରେ ଦୂର ହୋଇଛି; କିନ୍ତୁ ଏଠାରେ ଏହା କାର୍ଯ୍ୟକାରୀ ନହେବା ଯାଏଁ ଲୋକେ ଆଶ୍ୱସ୍ତ ହୋଇପାରୁ ନାହାଁନ୍ତି । ଗତ ମଙ୍ଗଳବାର ଦିନ ମଧ୍ୟ କିଛି ସନ୍ଦିଗ୍ଧ କରୋନା ରୋଗୀଙ୍କ ସ୍ୱାବ ଓ ରକ୍ତ ନମୁନା ଭୁବନେଶ୍ୱର ଆଞ୍ଚଳିକ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି । ସେଠାରୁ ରିପୋର୍ଟ ଆସିବାରେ ବିଳମ୍ବିତ ଏଠାରେ ଦେହସୁହା କଥା ହୋଇଗଲାଣି । ସେଠାରେ ଏପରି ରିପୋର୍ଟ ପାଇଁ ଯଥେଷ୍ଟ ଭିଡ଼ ରହୁଛି, ଏଣୁ ଏଠାରୁ ପଠାଇଥିବା ନମୁନାଗୁଡ଼ିକର ପରୀକ୍ଷଣ ଶୀଘ୍ର ହୋିପାରୁ ନାହିଁ । ଏପରି ନିୟମିତ ବିଳମ୍ବ ଫଳରେ ଏଠାରେ ଆଇସୋଲେସନରେ ରଖାଯାଇଥିବା ସନ୍ଦିଗ୍ଧ କରୋନା ରୋଗୀଙ୍କ ଉଦ୍‌ବିଘ୍ନ ବଢ଼ିବାରେ ଲାଗିଛି । ଏହା ଏକ ଆଶ୍ୱସ୍ତିର ବିଷୟ ଯେ, ଆଜି ପର୍ଯ୍ୟନ୍ତ ଏଠାରୁ ପଠାଯାଇଥିବା ସାମ୍ପଲ ମଧ୍ୟରୁ ଗୋଟିଏ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିନାହିଁ; କିନ୍ତୁ କେବେହେଲେ କିଛି ବି ହୋଇପାରେ, ଏହି ଆଶଙ୍କା ଲୋକଙ୍କୁ ଘାରୁଛି । ଅନ୍ୟପଟେ ଏଠାରେ କୋଭିଡ୍ ଚିକିତ୍ସା ପାଇଁ ଚିହ୍ନିତ ନର୍ସ ଓ ପାରାମେଡ଼ିକାଲ୍ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଥିବାରୁ ସେମାନଙ୍କୁ ଦ୍ୱନ୍ଦ୍ୱ ବଢ଼ି ଚାଲିଛି ଯେ, ସେମାନେ ଆଗାମୀ ଦିନରେ କ’ଣ କରିବେ ?

hiranchal ad1
Leave A Reply

Your email address will not be published.

five + eighteen =