ସପ୍ତାହେ ବିଳମ୍ବରେ ଓଡ଼ିଶାକୁ ଆସିବ ମୌସୁମୀ ! : ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ଜାରିକଲେ ଟୋଲ୍ ଫ୍ରି ନମ୍ବର

0 190

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ମୌସୁମୀ ଆସିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନର ଡିରେକ୍ଟର ଜେନେରାଲ୍ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଭାବିକ ଭାବେ ଓଡ଼ିଶାକୁ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ପହଞ୍ଚିଥାଏ । କିନ୍ତୁ ଚଳିତ ବର୍ଷ ଜୁନ୍ ଦ୍ୱିତୀୟ ସପ୍ତାହରେ ସମ୍ଭବତଃ ଜୁନ୍ ୧୩ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବ ଏବଂ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ହେବ । ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ରହିବ । ଏନେଇ ବିଭାଗୀୟ ସଚିବ ମାଧବନ୍ ରାଜୀବନ୍ କହିଛନ୍ତି, ଓଡ଼ିଶାକୁ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ମାତ୍ର ତିନି/ଚାରିଦିନ ବିଳମ୍ବ ହେବ ।

hiring

ତାଙ୍କ ଆକଳନ ଅନୁଯାୟୀ କେରଳରେ ପୂର୍ବ ନିର୍ଦ୍ଧାରିତ ଜୁନ୍ ପହିଲାରେ ମୌସୁମୀ ପହଞ୍ଚିବ ଏବଂ ଓଡ଼ିଶାରେ ପ୍ରଥମ ସପ୍ତାହ ଅର୍ଥାତ୍ ୯ କିମ୍ବା ୧୦ ତାରିଖ ବେଳକୁ ମୌସୁମୀ ପହଞ୍ଚିବ । ଓଡ଼ିଶା ସହ ଉତ୍ତର ଭାରତକୁ ମଧ୍ୟ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେହିଭଳି, ଉତ୍ତରପୂର୍ବାଞ୍ଚଳରେ ମଧ୍ୟ ମୌସୁମୀ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ପହଞ୍ଚିଯିବ । ଜୁଲାଇ ୧୫ ପରିବର୍ତ୍ତେ ଜୁଲାଇ ପ୍ରଥମ ସପ୍ତାହରେ ଉତ୍ତର ପୂର୍ବାଞ୍ଚଳ ମୌସୁମୀ ଛୁଇଁବ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳର ସମସ୍ୟାକୁ ଦୃଷ୍ଟିରେ ରଖି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ୍ ଫ୍ରି ନମ୍ବର ଗ୍ରାମାଞ୍ଚଳ ପାଇଁ ୧୯୧୬ ଓ ସହରାଞ୍ଚଳ ପାଇଁ ୧୮୦୦-୩୪୫୬୭୮୩ ।

hiranchal ad1
Leave A Reply

Your email address will not be published.

5 + 8 =