ଲକଡାଉନରେ ବାପା ହରାଇଲେ ଜୀବିକା : ଆର୍ଥିକ ଅନାଟନ ଯୋଗୁଁ ହୋଇପାରୁନି ପୁଅର ଚିକିତ୍ସା

0 1,007

ବୌଦ୍ଧ/ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାଙ୍କପାଳ ଗ୍ରାମର ସୁମନ୍ତ ଗାଇଗୌରିଆ ବୃତ୍ତିରେ ଇଲେକ୍ଟ୍ରିକାଲ ମେକାନିକ୍ । ଛୋଟ ଏକ ଦୋକାନ ଦେଇ ନିଜର ହସଖୁସିର ସଂସାର ଚଳାଇ ଆସୁଥିଲେ । ତାଙ୍କ ପରିବାରକୁ ହଠାତ୍ ଦୁଃଖ ମାଡି ଆସିଲା । ନିଜର ୫ ବର୍ଷର ପୁଅ ଅଭିଷେକ ଅସୁସ୍ଥ ହୋଇପଡିଲା ଏନସେଫାଲାଇଟିସ୍ ଭଳି ଦୂରାରୋଗ୍ୟ ବ୍ୟାଥିରେ । ୨୦୧୬ ମସିହାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ କରି ଭୁବନେଶ୍ୱରର କିମ୍ସ ଯାଏଁ ୪ ବର୍ଷ ହେଲା ଅସୁସ୍ଥ ପୁତ୍ରକୁ ଧରି ଚିକିତ୍ସା ପାଇଁ ଧାଉଁଛନ୍ତି । କିଛି କାମ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସବୁ ବିନିଯୋଗ କରନ୍ତି ପୁଅର ଚିକିତ୍ସାରେ । ନିୟମିତ ଔଷଧ କିଣିବା ଓ ପୁଅକୁ ଚିକିତ୍ସା ପାଇଁ ସାଙ୍ଗସାଥୀ ବନ୍ଧୁବାନ୍ଧବଠାରୁ ଆରମ୍ଭ କରି ଧାର ଉଧାରରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ତଥାପି ପୁଅ ଆରୋଗ୍ୟ ହୋଇପାରିନାହିଁ ।

hiring


ପୁଅ ଅଭିଷେକ ଶଯ୍ୟାଶାୟୀ । ତା’ର ମସ୍ତିଷ୍କ କାର୍ଯ୍ୟ କରୁନାହିଁ, ଫଳରେ ଗୋଡହାତ ବୁଲାଇବାକୁ ମଧ୍ୟ ସକ୍ଷମ ହୋଇପାରୁନାହିଁ । ଡାକ୍ତରମାନେ ଏନ୍‌ସେଫାଲାଇଟିସ୍ ହୋଇଥିବା କଥା କହି ପ୍ରେସକ୍ରିପସନ ଲେଖୁଛନ୍ତି ଆଉ ପୁଅ ଭଲ ହୋଇଯିବ ବୋଲି ଧାରଉଧାର କରି ଔଷଧ କିଣି ଖୁଆଇ ଚାଲିଛନ୍ତି । କରୋନା ପାଇଁ ୨୪ ତାରିଖରୁ ଲକଡାଉନ । ଦୋକାନ ବଜାର ବନ୍ଦ ରହିଥିବାରୁ ତାଙ୍କ ଇଲେକ୍ଟ୍ରିକାଲ ମରାମତି ଦୋକାନ ବନ୍ଦ । ଘରେ ପାଞ୍ଚପ୍ରାଣୀ କୁଟୁମ୍ବକୁ ଆହାର ଦେବା ଓ ରୁଗଣ ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇବା ସୁମନ୍ତଙ୍କ ପାଇଁ କଷ୍ଟକର ବ୍ୟାପର ହୋଇପଡିଛି । ଋଣଭାର ପାହାଡପରି ମୁଣ୍ଡରେ ତାଙ୍କର ବୋଝ ହୋଇଛି । ଏଭଳି ସ୍ଥିତିରେ ଆଖିରୁ ଲୁହ ଗଡାଇବା ଛଡା ସୁମନ୍ତଙ୍କର ଅନ୍ୟ ବିକଳ୍ପ ନାହିଁ । ଲକଡାଉନ ଯୋଗୁଁ କୌଣସି ସରକାରୀ ସାହାଯ୍ୟ ପାଇଁ ଆବେଦନ କରିବାର ବାଟ ମଧ୍ୟ ବନ୍ଦ । କେବଳ ଭାଗ୍ୟକୁ ଆଦରି ଭଗବାନଙ୍କୁ ଭରଷା କରି ଲୁହ ଗଡାଇବା ସାର ହୋଇଛି ।
ଦାରିଦ୍ର‌୍ୟତାର କକ୍ଷାଘାତ ମଧ୍ୟରେ କାଳାତିପାତ କରୁଥିବା ସୁମନ୍ତଙ୍କର ନାବାଳକ ପୁତ୍ର ଅଭିଷେକର ଚିକିତ୍ସା ପାଇଁ ଆଠମଲ୍ଲିକ ଉପଜିଲ୍ଲାପାଳ ଓ ଅନୁଗୁଳ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠିରୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦେଲେ ଏକ ଅମୂଲ୍ୟ ଜୀବନ ରକ୍ଷା ପାଇପାରନ୍ତା ବୋଲି ସମାଜସେବୀ ପ୍ରତାପ କୁମାର କର୍ଣ୍ଣ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three + 11 =