କରୋନା ତ ପଛେ, ଆଗ ଶୋଷରେ ଲୋକେ ମରିଯିବେ !

0 131

ସମ୍ବଲପୁର :ଜନସାଧାରଣ ଙ୍କ ମନରେ କରୋନା ଆତଙ୍କ ଘର କରିଗଲାଣି ଓ ସେ ବିଷୟରେ ସଚେତନତା ର ଆଉ ବିଶେଷ ଦରକାର ପଡି ନ ପାରେ କିନ୍ତୁ ସେମାନଙ୍କ ପାଇଁ ଅନ୍ୟ ଅସୁବିଧା ମୁଣ୍ଡବ୍ଯଥାର କାରଣ ହେଲାଣି । କିଛି ଜଳକ୍ଲିଷ୍ଟ ଅଞ୍ଚଳରେ ପିଇବା ପାଣି ର ଘୋର ଅଭାବ ଦେଖା ଦେଇଛି ଓ ସେଠାରେ ପ୍ରଶାସନ ପାଣି ଟେଙ୍କର ପଠାଇ ସେମାନଙ୍କ ପାଇଁ ସୁବିଧା କରୁଛି । କିନ୍ତୁ ଏହା ଯଥେଷ୍ଟ ପରିମାଣରେ ପହଞ୍ଚି ପାରୁ ନ ଥିବାରୁ ଲୋକେ ଆଉ କରୋନା ସ°କ୍ରମଣ କୁ ଭୟ ନକରି କିଛି ପାଣି ପାଇବା ଆଶାରେ ଗହଳି କରିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ସମ୍ବଲପୁର ମହାନଗର ଅନ୍ତର୍ଗତ ନଗର ଉପକଣ୍ଠ ଠେମରା ଠାରେ ଯଦି ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ତ ଦୂରଦୁରାନ୍ତ ଗାଁ ଗହଲି କଥା କିଏ ପଚାରୁଛି । ଲୋକଙ୍କ କହିବା ଅନୁସାରେ କରୋନା ଆକ୍ରାନ୍ତ ହୋଇ ମରିବା ଆଗରୁ ପାଣି ମନ୍ଦାଏ ନ ପାଇ ଶୋଷରେ ମରିଯିବାର ଆଶଙ୍କା ବଢିଘଲାଣି । ଏଇ ଚୈତ୍ର ଯାଇଛି ଆଉ ଆଗକୁ ବୈଶାଖ ଓ ଜୈଷ୍ଠ ମାସର ଟାଣଖରା ଭୋଗିବାକୁ ପଡିବ ଓ ସେତେବେଳେ କଣ ଅବସ୍ଥା ହେବ କେଜାଣି ?

hiranchal ad1
Leave A Reply

Your email address will not be published.

four × two =