ଲକଡାଉନ-୨କୁ ନେଇ ଗାଇଡଲାଇନ ଜାରି : କ’ଣ ରହିବ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ

0 144

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ଏହା ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକଡାଉନ ୨.୦କୁ ନେଇ ଆଜି ଗୃହମନ୍ତ୍ରଣାଳୟ କିଛି ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୃଷି କାର୍ଯ୍ୟକୁ ଲକଡାଉନରୁ ବାଦ ଦିଆଯାଇଛି । ସେହିପରି ବସ, ରେଳ ସେବା ବନ୍ଦ ରହିବା ସହ ସ୍କୁଲ କଲେଜ ମଧ୍ୟ ଖୋଲାଯିବନ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୧- ସମସ୍ତ ପ୍ରକାର ଯାତ୍ରୀ ପରିବହନ ସେବା ବନ୍ଦ ରହିବ ।
୨-ବିବାହ, ବ୍ରତ ସମାରୋହ ସମେତ ଜିମ ଏବଂ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ନିର୍ଦ୍ଦେଶ ଦିଆଯାଇଛି ।
୩. ରାଜନୈତିକ ଓ ଖେଳ ଆୟୋଜନକୁ ମଧ୍ୟ ରୋକ ଲଗାଯାଇଛି ।
୪-ଗାଇଡଲାଇନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
୫- ଘରରେ ତିଆରି ମାସ୍କ, ଓଢଣୀ, ଗାମୁଛା ମଧ୍ୟ ବ୍ୟବାହର କରିପାରିବେ ।
୬- ଚାଷ କାର୍ଯ୍ୟକୁ ଲକଡାଉନରୁ ସଂପୂର୍ଣ୍ଣ ବାଦ ଦିଆଯାଇଛି । କୃଷି ଉପକରଣ ଦୋକାନ, କୃଷିକାର୍ଯ୍ୟରେ ବ୍ୟବହୃତ ହେଉଥିବା ମେସିନର ସ୍ପେୟର ପାର୍ଟ୍ସ ଦୋକାନ ଖୋଲା ରହିବ ।
୭-ଫସଲ ଅମଲ ପାଇଁ ବ୍ୟବହୃତ ମେସନ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ଯାଇପାରିବ ।
୮-ସିନେମା ହଲ, ମଲ୍ସ, ଶପିଂ କମ୍ପେ୍ଲକ୍ସ, ିଜମ, ଖେଳ ପରିସର, ସ୍ୱିମିଙ୍ଗ୍ ପୁଲ, ବାର ଆଦି ୩ ମଇ ପର୍ଯ୍ୟନ୍ତ ବନ୍ଦ ରହିବ ।
୯-ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଉଡାଣ, ଟ୍ରେନ ସେବା ୩ ମଇ ଯାଏ ସ୍ଥଗିତ ରହିବ .
୧୦-ସେହିପରି କୌଣସି ବି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ।
୧୧-କରୋନା ହଟସ୍ପଟ ଅଂଚଳରେ କୌଣସି ପ୍ରକାର ସୁବିଧା ଦିଆଯିବ ନାହିଁ ।

hiranchal ad1
Leave A Reply

Your email address will not be published.

two × five =