ନଭେମ୍ବରରୁ ସମ୍ପୂର୍ଣ୍ଣ ଦୂର ହୋଇଯିବ କରୋନା !

0 726

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଗତକାଲି ରାଜ୍ୟରେ ନୂଆ ପାଞ୍ଜି ପ୍ରଚଳିତ ହୋଇଥିଲା । ଏହି ପରମ୍ପରା ଓଡ଼ିଶାରେ ବହୁଦିନରୁ ଚଳି ଆସୁଥିବା ବେଳେ ଶ୍ରୀମନ୍ଦିରରେ ନୂଆ ପାଞ୍ଜି ଚଳିବାର ପରମ୍ପରା ମଧ୍ୟ ରହିଅଛି । ନୂଆ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଅନୁଯାୟୀ ଆସନ୍ତା ନଭେମ୍ବର ବେଳକୁ ଦେଶରୁ ତଥା ରାଜ୍ୟରୁ ସଂପୂର୍ଣ୍ଣ କରୋନା ଭୟ ଦୂର ହୋଇଯିବ ବୋଲି ଅବଗଣନା କରାଯାଇଛି । ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟୋର୍ତିବିଦ୍ ବାଚସ୍ପତି ବୈକୁଣ୍ଠନାଥ ନାୟକ ଗଣନା କରି କହିଛନ୍ତି ଯେ, ନାରଦ ସଂହିତା ମୁତାବକ କରୋନା ରାଜ୍ୟରୁ ନଭେମ୍ବର ବେଳକୁ ଦୂର ହୋଇଯିବ । ତାଙ୍କ ମତରେ ବିଶ୍ୱର ଦୁଇଜଣ ଡାକ୍ତର ଆୟୁର୍ବେଦ ଚିକିତ୍ସା ପଦ୍ଧତି ସହଯୋଗରେ ନୂଆ ଔଷଧ ଉଦ୍ଭାବନ କରିବେ ଏବଂ ତାହା କରୋନାକୁ ଦୂର ପାଇଁ ସାହାଯ୍ୟ କରିବ । ତାଙ୍କର ଗଣନା ମୁତାବକ ଚଳିତ ବର୍ଷ ଆନନ୍ଦ ସମ୍ବତ୍ସରର ବର୍ଷ । ଆସନ୍ତା ମଇ ୩୧ ତାରିଖରୁ ଏହା ଆରମ୍ଭ ହେବ । ମାତ୍ର ଜୁନ୍ ୧ ତାରିଖରୁ ଏହା ଟଳିବ । ସେହିଦିନ ଠାରୁ କେତୁ ଧନୁ ରାଶିରେ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଚଳୁଥିବାରୁ କରୋନା ଭୟ ଲାଗି ରହିବ । ବୃହସ୍ପତି ଜୁନ୍ ୨୯ରୁ ବଜ୍ରଗତିରେ ଧନୁ ରାଶିକୁ ଆସିବେ ଓ କେତୁଯୁକ୍ତ ହେବେ । ଏଣୁ କରୋନା ଭୟ ସେତିକି ବେଳେ ଦୂର ହେବ । ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ଖଡ଼ିରତ୍ନ ପଞ୍ଜିକା ବହୁ ସମୟରେ ଫନି ବାତ୍ୟା, ମହାମାରୀ, ଦୁର୍ବିପାକ ସମ୍ପର୍କରେ ପୂର୍ବରୁ ଯେଉଁ ଗଣନା କରିଥାନ୍ତି ତାହା ଅନେକାଂଶରେ ସତ୍ୟ ପ୍ରମାଣିତ ହେଉଥିବାରୁ ଏହାକୁ ବିଶ୍ୱାସ କରାଯାଉଛି । ତେବେ ଏସବୁ ତଥ୍ୟ ବୈଜ୍ଞାନିକ ପ୍ରମାଣସିଦ୍ଧ ନଥିବାରୁ ତାହାକୁ ନେଇ କେହି ବିଭ୍ରାନ୍ତ ନହେବା ପାଇଁ ଆମ ପକ୍ଷରୁ ସୂଚନା ଦିଆଯାଉଛି ।

hiranchal ad1
Leave A Reply

Your email address will not be published.

two × five =