୨୬ରେ ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ଯୋଗଦେବେ ବିଜେଡି ସୁପ୍ରିମୋ

0 14

ପୁରୀ : ପୁରୀରେ ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ । ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲା ସ୍ତରର ୪୨୫୦୦ କାର୍ଯ୍ୟକର୍ତ୍ତା ଏହି ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏଥିପାଇଁ ବିଜେଡ଼ି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ଗୋଟାଏ ଯାଏଁ ଦଳର ପ୍ରତିଷ୍ଠା ଦିବସ ଚାଲିବ ।
ଡିସେମ୍ବର ୨୬ ତାରିଖ ବିଜୁ ଜନତା ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ହୋଇଥିବାରୁ ଚଳିତ ବର୍ଷ ପ୍ରତିଷ୍ଠା ଦିବସକୁ ବ୍ୟାପକ ଭାବେ ପାଳନ କରାଯିବ । ଦଳ ଦୀର୍ଘ ବର୍ଷ ଧରି ଲୋକଙ୍କ ସେବାରେ ରହିଛି । ଦଳ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ । ୨୬ ତାରିଖ ସକାଳ ୯ ଟାରେ ପଞ୍ଜୀକରଣ ଆରମ୍ଭ ହେବ । ସକାଳ ୧୦ଟା ରୁ ଆରମ୍ଭ ହେବ ଦଳର ପ୍ରରିଷ୍ଠା ଦିବସ ପାଳନ ଉତ୍ସବ ।

hiring


ବିଜେଡ଼ି କେବଳ ଏକ ରାଜନୈତିକ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦୀର୍ଘ ୨୫ ବର୍ଷ ଧରି ନିରନ୍ତର ଭାବେ ଦଳ ରାଜ୍ୟବାସୀଙ୍କ ସେବା କରିବା ସହ ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା କରିଛି । ସର୍ବଧର୍ମ ସମନ୍ୱୟର କ୍ଷେତ୍ର ଶ୍ରୀକ୍ଷେତ୍ରରେ ଦଳ ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଥିଲା । ଚଳିତ ମାସ ୨୬ରେ ପୁରୀରେ ପୁନର୍ବାର ଦଳ ପାଳିବ ୨୫ ତମ ପ୍ରତିଷ୍ଠା ଦିବସ । ଦୀର୍ଘ ୨୫ ବର୍ଷ ମଧ୍ୟରେ ଦଳ ରାଜ୍ୟବାସୀଙ୍କ ପାଇଁ ଗ୍ରହଣ କରିଥିବା ଯୋଜନା,ଲୋକକଲ୍ୟାଣକାରୀ ଯୋଜନା ସମ୍ପର୍କରେ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ । ଦଳର ରୌପ୍ୟ ଜୟନ୍ତୀକୁ ଆନନ୍ଦ ଉଲ୍ଲାସରେ ପୁରୀରେ ପାଳନ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ୪୨,୫୦୦ କର୍ମକର୍ତ୍ତା ଯୋଗଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଦଳ ପୁରୀରୁ ଶଙ୍ଖ ନାଦ କରିବ ।
ଆଜି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦ ତାଳବଣିଆ ଯାଇ ଆୟୋଜନ ପ୍ରସ୍ତୁତିରେ ତଦାରଖ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି, ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − eleven =