୩୪୬୫୩ କଳାକାରଙ୍କୁ ଆଗୁଆ ଭତ୍ତା ଦେବେ ସରକାର

0 672

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪୬୫୩ଜଣ କଳାକାରଙ୍କୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହିପରି ୪ ମାସର ପେନସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି । ବିଶ୍ୱରେ ସଂପ୍ରତି ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‌ଡାଉନ୍ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପେନସନ୍ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସ ପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

four × 2 =