ନବଜାତ ଶିଶୁଙ୍କ ନା “କରୋନା, ଲକଡାଉନ ଓ କୋଭିଡ୍‌’

0 96

କୋଲକତା: ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ସମୟ ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ନବଜାତ ଶିଶୁଙ୍କର ନାମକରଣ ନେଇ ଖୁବ ଚର୍ଚ୍ଚାରେ । ଏହି କରୋନା ଓ ଲକଡାଉନ ସମୟକୁ ସ୍ମୃତିଭାବେ ରଖିବା ଲାଗି କେତେକ ଦମ୍ପତ୍ତି ଆଗ୍ରହୀ ହୋଇପଡିଥିବା ଦେଖିବାକୁ ମିଳିଛି । ଏହି କାରଣରୁ କେଉଁଠି ନବଜାତ ଶିଶୁର ନାମ କରୋନା ଦିଆଯାଇଛି ତ କେତେକ ଜାଗରେ ଲକଡାଉନ ଦିଆଯାଇଛି । ସେହିପରି ଆଉ କେତେକ ନାମ କୋଭିଡ ଦିଆଯାଇଥିବା ଜଣାପଡିଛି । ଉତ୍ତରପ୍ରଦେଶର ବତ୍ସେରି ଗ୍ରାମନିବାସୀ ଏକ ଦମ୍ପତ୍ତିଙ୍କର ନିକଟରେ ଏକ ଶିଶୁ ଜନ୍ମଲାଭ କରିଛି । ତା\’ର ନାମ ଲକଡାଉନ ଦିଆଯାଇଛି । ସେହିପରି ମଧ୍ୟପ୍ରଦେଶର ଏକ ଦମ୍ପତ୍ତି ସେମାନଙ୍କ ନୂଆ ସନ୍ତାନର ନାମ କୋଭିଡ ଦେଇଛନ୍ତି । ଆଉ ଏକ ଦମ୍ପତ୍ତି ନବଜାତ ଶିଶୁର ନାମ କରୋନା ରଖିଥିବା ଜଣାପଡିଛି । ସେମାନେ କହିଛନ୍ତି ଯେ, ଏଭଳି ନାମକରଣ ଏକ ଉଦ୍ଦେଶ୍ୟ ରହିଛି । ଏହି ଶିଶୁମାନଙ୍କ ନାମ ଆମକୁ ସବୁବେଳେ କରୋନା ଓ ଲକଡାଉନର ପରିସ୍ଥିତି ଓ ଅନୁଭୂତି କଥା ମନେ ପକାଇ ଦେବ । ଏହି ପିଲାମାନେ ବଡ ହେଲା ପରେ ମଧ୍ୟ ଯେତେବେଳେ ଏଭଳି ନାମକରଣ ନେଇ ପ୍ରଶ୍ନ କରିବେ ସେମାନେ ମଧ୍ୟ ସେତେବେଳେ ଦେଶର ପରିସ୍ଥିତି ବିଷୟରେ ଜାଣପାରିବେ । ଏହାଛଡା ପଶ୍ଚିମବଙ୍ଗରେ ବହୁ ମିଠା ଦୋକାନୀ ମଧ୍ୟ ସେମାନଙ୍କ ଦୋକାନର ନାମ କରୋନା ଓ ଲକଡାଉନ ରଖିଛନ୍ତି । ଯାହା ଲୋକମାନଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

13 + 4 =