ଇତିହାସ ରଚିଲା ଭାରତ, ୧୦୦ କୋଟିରେ ପହଞ୍ଚିଲା ଟିକାକରଣ

0 44

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ସ୍ଥାପନ କଲା ନୂଆ ମାଇଲଖୁଣ୍ଟ । କରୋନା ମହାମାରୀକୁ ହରାଇବାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ମାତ୍ର ୯ ମାସ ପୂର୍ବେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଆଜି ୧୦୦ କୋଟିର ମ୍ୟାଜିକ ନମ୍ବର ପାର୍‌ କରିଛି । ଭାରତ ଆଜି ୧ ବିଲିୟନ କିମ୍ବା ୧୦୦ କୋଟି ଡୋଜ ପୂରଣ କରି ଏକ ବିରଳ ରେକର୍ଡ ସ୍ଥାପନ କରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରୁ ମିଳିଥିବା ସୂଚନା ମୁତାବକ, ଭାରତ ଆଜି ସକାଳେ ଏହି ବହୁ ପ୍ରତିକ୍ଷିତ ମ୍ୟାଜିକ ନମ୍ବର ପାର୍‌ କରି ଦେଇଛି । ସକାଳ ସୁଦ୍ଧା ଟାର୍ଗେଟ ୧୦୦ କୋଟି ଡୋଜରୁ ମାତ୍ର ୫ ଲକ୍ଷ ପଛରେ ଥିଲା ଭାରତ । ତେଣୁ କିଛି ସମୟ ମଧ୍ୟରେ ଏହି ଅନ୍ତରକୁ ଅତିକ୍ରମ କରି ଟିକାକରଣ କ୍ଷେତ୍ରରେ ଇତିହାସ ରଚି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଭାରତ ।
ଏହି ବିରଳ ରେକର୍ଡ ନିମନ୍ତେ ଆଜି ସମଗ୍ର ଦେଶରେ ଆୟୋଜିତ ହେବ ସ୍ୱତନ୍ତ୍ର ଉତ୍ସବ । ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଆରଏମ୍‌ଏଲ୍‌ ହସ୍ପିଟାଲରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିସହ ସେଠାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବେ ।

hiranchal ad1
Leave A Reply

Your email address will not be published.

14 + four =