ସ୍ମିଥ୍‌ କହିଲେ ଏହି ଦଳ ଟି-୨୦ ବିଶ୍ୱକପ ଜିତିବାକୁ ଯୋଗ୍ୟ

0 158

ଦୁବାଇ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ କହିଛନ୍ତି ଯେ, ଭାରତ ଟି-୨୦ ବିଶ୍ୱକପ ଜିତିବାକୁ ଯୋଗ୍ୟ । ସେ ଗତକାଲି ଅଭ୍ୟାସ ମ୍ୟାଚ ପରେ ଏହି କଥା କହିଛନ୍ତି । ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟ ହରାଇଥିଲା ଭରତ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍‌ ସ୍ମିଥ ସର୍ବାଧିକ ୫୭ ରନ କରିଥିଲେ ।
ମ୍ୟାଚ୍‌ ପରେ ସ୍ମିଥ୍‌ ଗଣମାଧ୍ୟମକୁ କହିଛନ୍ତି, ଭାରତ ଏକ ଚମତ୍କାର ଦଳ । ସେମାନଙ୍କ ପାଖରେ ସବୁ ବିଭାଗରେ ଭଲ ଖେଳାଳି ଅଛନ୍ତି । ସେହିପରି ବହୁ ମ୍ୟାଚ୍‌ ବିଜେତା ମଧ୍ୟ ଦଳରେ ସ୍ଥାନ ପାଇଛନ୍ତିା ସେମାନେ ଗତ କିଛି ବର୍ଷ ଧରି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସହିତ ଯୋଡିତ ଅଛନ୍ତି । ତେଣୁ ଦଳକୁ ଏହାର ଫାଇଦା ଦେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =