ମଙ୍ଗଳମୟୀ ମା ମଙ୍କଳାଙ୍କ ପୀଠରେ ଝାମୁଯାତ୍ରା

0 146

ଦଶପଲ୍ଲା : ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଦଶପଲ୍ଲାର ପଟ୍ଟାମାଳ ଗ୍ରାମରେ ମା ‘ ମଙ୍ଗଳାଙ୍କ ପୀଠରେ କଳସ ଧାରୀ ଓ ମାନସିକ କଳସ ଧାରୀମାନଙ୍କୁ ନେଇ ଝାମୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳାଙ୍କ ପୀଠସ୍ଥଳୀରେ ଶ୍ୱତ୍ରୀୟ ବ୍ରାହ୍ମଣ ଦ୍ୱାରା ମା’ଙ୍କୁ ଆବାହନ ପୂର୍ବକ ସମସ୍ତ ନୀତିକାନ୍ତି ଶେଷ କରିବା ପରେ ମାନସିକ କଳସଧାରୀମାନେ ନିଆଁରେ ଝାମୁ ଚାଲିଥିଲେ । ପାଟ୍ଟକାଳସୀ ଭାବେ ଗୋବିନ୍ଦ ସୁନ୍ଦରା ପ୍ରଥମେ ଝାମୁ ଚାଲିଥିବା ବେଳେ ପଛରେ ଅନ୍ୟ ମାନସିକ କଳସଧାରୀମାନେ ଅଗ୍ନିକୁଣ୍ଡରେ ପ୍ରବେଶ କରିଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ଶତାଧିକ ଭକ୍ତ ଏଠାରେ ରୁଣ୍ଡ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମର ମୁଖିଆ ନକୁଳ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ମହାବୀର ବଣିକ ମହାସଂଘର ସଭାପତି ଅଲେଖ ସାହୁ, ସମାଜସେବୀ ବୈକୁଣ୍ଠନାଥ ପରିଡ଼ା, ପୂର୍ବତନ କାଉନସିଲର୍‌ ଅନିଲ୍‌ କୁମାର ରାୟ ଏବଂ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଅଂଚଳରେ କୁମାର ପୂର୍ଣ୍ଣିମା ତିଥିରେ ଏଭଳି ଝାମୁଯାତ୍ରା ଭଳି ନୂତନ ପରମ୍ପରା ଏହି ଗ୍ରାମରେ ଅନୁଷ୍ଠିତ ହୋଇଛି । ପଟ୍ଟାମଳ ଗାଁରେ ସମସ୍ତ ଗ୍ରାମବାସୀ ଦୁଆର ସମ୍ମୁଖରେ ଝୋଟି, କଳସ ଓ ଦୀପ ଜାଳି ଆଗନ୍ତୁକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଗାଁର ଅନ୍ୟତମ ଉଦ୍ୟୋକ୍ତା ଯଦୁନାଥ ନାୟକଙ୍କ ନେତୃତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଯୁବକମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

six − five =