ଓଲଟିଲା କାର୍, ତିନିଜଣ ଆହତ

0 186

ଉଲୁଣ୍ଡା- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟ ମାଟିଖାଇ ନୂଆବସ୍ତି ଠାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର, ନାବାଳକ ସମେତ ୩ ଗୁରୁତର । ସୂଚନା ଅନୁସାରେ ଗତକାଲି ରାତି ଏକ କାର ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିବା ବେଳେ ମାଟିଖାଇ ନୂଆବସ୍ତି ଠାରେ କାରଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା l ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା ସହ କାର ଚୁରମାର ହୋଇଯାଇଥିଲା l ଖବର ପାଇଁ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ l କାର ଭିତରେ ଥିବା ନାବାଳକ ସମେତ ତିନିଜଣଙ୍କୁ ଧରି ଅଗ୍ନିଶମବାହିନୀ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତିକରିଥିଲେ କରିଥିଲେ l ମାତ୍ର ତିନିଜଣକ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ତେବେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ବନ୍ଧୁକ ଏବଂ କିଛି ଗୁଳି ପୋଲିସ ଜବତ କରିବା ସହ ତଦନ୍ତ ଜାରି ରଖି ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

15 + 13 =