ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେ ପ୍ରଥମ ଥର ପାଇଁ ଏହି ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମର ‘ରେଡ୍ କାର୍ପେଟ୍’ରେ ଦେଖା ଦେଇଥିଲେ। ଅଭିନେତ୍ରୀ ଜଣକ ଏକ ସିଆପାରେଲି ହାଉଟ୍ କାଉଚର ଗାଉନ୍ ପିନ୍ଧିଥିଲେ ଯାହା ଜଟିଳ ଫୁଲ ସାଜସଜ୍ଜାରେ ସଜ୍ଜିତ ଥିଲା।
ସେ ତାଙ୍କର ମେକଅପ୍ ହାଲୁକା ରଖିଥିଲେ ଏବଂ ତାଙ୍କ କେଶକୁ ଏକ ଖୋସାରେ ବାନ୍ଧିଥିଲେ। ଆଲିଆ (୩୨) ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋଗୁଡ଼ିକୁ ସେୟାର କରି କ୍ୟାପସନ ଦେଇଥିଲେ, “ହେଲୋ କାନ୍ସ” ଏବଂ ପୋଷ୍ଟରେ ଲୋରିଆଲ ପ୍ୟାରିସକୁ ଟ୍ୟାଗ୍ କରିଥିଲେ। ଆଲିଆ ଭଟ୍ଟ ଲ’ଓରିଆଲ୍ ପ୍ୟାରିସର ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସାଡର। ଏହି ବ୍ରାଣ୍ଡ ଚଳିତ ବର୍ଷ କାନ୍ସରେ ଏହାର 28ତମ ବାର୍ଷିକୀ ପାଳନ କରୁଛି।
