ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ମାଡି ଆସିବ ବିପଦ

0 103

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା ସୃଷ୍ଟି କରିବା ସହ ପତିପତ୍ନୀଙ୍କ ସମ୍ପର୍କରେ ସମସ୍ୟା ଉପୁଜାଇଥାଏ…

– ଘରକୁ ଆସ୍ଥେଟିକ୍‌ ଲୁକ୍‌ ଦେବା ପାଇଁ ଅନେକେ ଘରେ ଫଟୋ ଲଗାଇଥାନ୍ତି। କିନ୍ତୁ ଭୁଲ୍‌ରେ କେବେ ବି ଘରର କୌଣସି ରୁମ୍‌ରେ ଖାସ୍‌ କରି ବେଡ୍‌ରୁମ୍‌ରେ ଭଙ୍ଗା କିମ୍ବା ଚିରି ଯାଇଥିବା ଫଟୋ ଲଗାଇବେ ନାହିଁ। ଏହାଦ୍ୱାରା ପତିପତ୍ନୀଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

-ଯୁଦ୍ଧ ସମ୍ପର୍କିତ କିମ୍ବା ମନଦୁଃଖର କୌଣସି ଫଟୋ ବି ବେଡ୍‌ରୁମ୍‌ରେ ଲଗାଇବା ଠିକ୍‌ ନୁହେଁ। ଏହା ବି ନକାରାତ୍ମକ ପ୍ରଭାବ ପକାଇଥାଏ।

hiring

-ବେଡ୍‌ରୁମ୍‌ରେ ଦର୍ପଣ ଲଗାଇବା ଠିକ୍‌ ନୁହେଁ। ଆଉ ଯଦି ରଖିବା ଜରୁରୀ ଥାଏ, ତା’ହେଲେ ଏହାକୁ କେବେ ବି ଖଟର ସାମ୍ନାରେ ଲଗାଇବେ ନାହିଁ। ନଚେତ୍‌ ପତିପତ୍ନୀଙ୍କ ଭିତରେ ବିବାଦ ସୃଷ୍ଟି ହୋଇପାରେ।

– ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡ୍‌ରୁମ୍‌କୁ ଘରର ଉତ୍ତର କିମ୍ବା ଉତ୍ତର-ପଶ୍ଚିମ ଦିଗରେ ତିଆରି କଲେ ପତିପତ୍ନୀଙ୍କ ଭିତରେ କୁଆଡ଼େ ସମ୍ପର୍କ ମଜଭୁତ୍‌ ହୋଇଥାଏ।

-ବେଡ୍‌ରୁମ୍‌ରେ କେବେ ବି ବନ୍ଦ କିମ୍ବା ଖରାପ ହୋଇଯାଇଥିବା ଘଣ୍ଟା ଲଗାଇବା ଠିକ୍‌ ନୁହେଁ। କୁହାଯାଏ, ଏହି ଘଣ୍ଟାକୁ ଦେଖିଲେ ଦମ୍ପତିଙ୍କ ଭାଗ୍ୟ ଉନ୍ନତି ପରିବର୍ତ୍ତେ ଅବନତି ଆଡକୁ ଗତି କରିଥାଏ।

-ବେଡ୍‌ରୁମ୍‌ରେ କେବେ ବି ଶୁଖିଯାଇଥିବା କିମ୍ବା କଣ୍ଟା ଜାତୀୟ ଇଣ୍ଡୋର ପ୍ଲାଣ୍ଟ ରଖିବା ବି ଠିକ୍‌ ନୁହେଁ। ଏହା ସମ୍ପର୍କରେ ତିକ୍ତତା ଉପୁଜାଇଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ।

hiranchal ad1
Leave A Reply

Your email address will not be published.

seventeen + 9 =