ଦେଶରେ ପୁଣି ଚିନ୍ତା ବଢାଇଲାଣି କୋଭିଡ
ନୂଆଦିଲ୍ଲୀ-ଦେଶରେ ଲଗାତାର ଭାବେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଭାରତରେ କୋଭିଡ-୧୯ର ୭୫୨ଟି ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ଫଳରେ ଦେଶରେ ମୋଟ ମାମଲା ସଂଖ୍ୟା ୧,୦୦୦ ରୁ ଅଧିକ ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଭାରତର COVID-19 ଅପଡେଟ୍ ଅନୁସାରେ, ମୋଟ 1009 ସକ୍ରିୟ ମାମଲା ଅଛନ୍ତି, ଯେଉଁଥିରୁ 752 ଟି ମାମଲା ସମ୍ପ୍ରତି ନିଶ୍ଚିତ ହୋଇଛି। କେରଳରେ ସର୍ବାଧିକ ୪୩୦ ସକ୍ରିୟ ମାମଲା ରହିଛି, ଏହା ପରେ ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪ ଏବଂ କର୍ଣ୍ଣାଟକରେ ୪୭ ଜଣ ସକ୍ରିୟ ମାମଲା ଅଛନ୍ତି।
