ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ର

0 96

ପୁରୀ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ପୁରୀରୁ ବାଲେଶ୍ୱର ଅଭିମୁଖେ ଯାତ୍ରୀ ବାହି ବସ ଯାତ୍ରା କରୁଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ବସରେ ନିଆଁ ଲାଗି ଥିବା ନେଇ ଟୋଲ କର୍ମଚାରୀ କହିବା ପରେ ବସରେ ନିଆଁ ଲାଗିବା ନେଇ ଜାଣିଥିଲେ ଯାତ୍ରୀ । ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବିଭାଗଙ୍କ ଉଦ୍ୟମ କ୍ରମେ ନିଆଁକୁ ଆୟତ୍ତ କରାଯାଇ ଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଥିଲେ ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ । ନିଆଁ ଲାଗିବାର କାରଣ ବସରେ ଥିବା ଏସିରୁ ସର୍ଟ ସର୍କିଟ ହୋଇ ଏଭଳି ନିଆଁ ଲାଗି ଥାଇପାରେ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି । ନିଆଁ ପାଇଁ ଯାତ୍ରୀ ମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ । ବସରେ ପ୍ରାୟ ୫୦ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସୂଚନା ଥାଉକି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିଲେ । ବସରେ ନିଆଁ ଲାଗିବା କାରଣରୁ ଯାତ୍ରୀ ମାନେ ଘରୋଇ ଯାତ୍ରୀବାହୀ ବସ ଓ ଅଟୋରେ ଭୁବନେଶ୍ୱର ଫେରିଥିଲେ ।

hiranchal ad1
Leave A Reply

Your email address will not be published.

19 + 16 =