ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

0 42

ପୁରୀ : ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅଟୋ ଚଢ଼ାଉ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ସହ ମାଡ ମାରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଲବଣୀଖିଆ ଛକର ପୂର୍ଣ୍ଣଚନ୍ଦ୍ର ଦାସ । ମୁସଲିମ ପଡାର ସୟଦ ସାନଉଲ୍ଲା ଅଲ୍ଲୀ ପୋଲିସ ଲାଇନ୍‌ ଛକରୁ ନିଜ ଘରକୁ ଗତ ୩ ତାରିଖ ଦିନ ଯାଉଥିବାବେଳେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ହେମନ୍ତ କୁମାର ସାହୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ମନ୍ଦ କରିବା ସହ ମାରପିଟ୍‌ କରିଥିଲେ । ସେ ଆହତ ହୋଇଥିବାବେଳେ ସମୟରେ ତାଙ୍କ ଉପରେ ଅଟୋ ଚଢ଼ାଉ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଏ ନେଇ ତାଙ୍କ ପୁଅ ସୟଦ ସଫିଉଲ୍ଲା ଅଲ୍ଲୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − fifteen =