ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

0 77

ପାଟଣାଗଡ଼ : କରୋନା ଭୁତାଣୁ ଜନିତ ରୋଗ ସାରା ବିଶ୍ବ କୁ ଆତଙ୍କିତ କରୁଛି ।କରୋନା ମହାମାରୀ ରାକ୍ଷସ କୁ ପରାସ୍ତ କରିବାର ଅମୋଘ ଅସ୍ତ୍ର ହିଁ ମାସ୍କ ତା ସହିତ ସାମାଜିକ ଦୂରତା , ସଫାସୁତୁରା ଏବଂ ଘରେ ରହିବା ,।ଘରୁ ବାହାରକୁ ବାହାରିଲେ ମୁହଁ ରେ ମାସ୍କ କିମ୍ବା ଓଢଣି , ରୁମାଲ , ଗାମୁଛା , ବ୍ୟବହାର କରି ଆଖି ନାକ ପାଟି ମୁହଁ କୁ ଘୋଡାଇବା ଛୁଇଁ ବା ଅନୁଚିତ । ହାତକୁ ସାବୁନ ,ଡିଟଲ ସେନିଟାଇଜର ଦ୍ଵାରା ସଫାକରିବା ଲୋକଙ୍କ ଗହଲି ରୁ ଦୂରେଇ ରହିବା , ବିବାହ ,ମୃତାହ, ଏକୋଇଶ ଜନ୍ମ ଦିନ ପାଟି , ସଭାସମିତି,ତାସ ଖେଳ ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ରକ୍ଷା କରିବା , ସାଂସ୍କୃତିକା ଜାନି ଯାତ୍ରା କାର୍ଯ୍ୟ କ୍ରମ ପର୍ବପର୍ବାଣୀ ଗୁଡ଼ିକ ରୁ ଦୂରତା ବଜାୟ ରଖିବା , ଛୁଆଁ ଛୁଇଁ ନ ହୋଇ ଚାଷୀ କାର୍ଯ୍ୟ , ମନରେଗା କାମ , ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ବିକ୍ରୟ କରିବା ଆବଶ୍ୟକୀୟ କାର୍ଯ୍ୟ ତୁଲାଇବା ପାଇଁ ଦୁଇ ମିଟର ଦୂରରେ ରହିବା , ପାଇଁ ଆଦିବାସୀ ମାନଙ୍କୁ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଥିଲା ।କରୋନା ସଂକ୍ରମଣ ରୋକିବା ଲାଗି ସାରା ରାଜ୍ୟ ତଥା ଦେଶ ରେ ଲକ୍ ଡାଉନ୍ ଚାଲିଛି । କାଶ ଓ ଛିଙ୍କ ଭଲି ରୋଗ ଭାଇରସ ସଂକ୍ରମଣ ର ମୁଖ୍ୟ । ତେଣୁ ସମସ୍ତେ ଘରୁ ବାହାରିଲେ ମୁହଁ କୁ ଘୋଡ଼ାଇ ବାହାରିବାକୁ ସତର୍କ କରାଯାଇଛି । ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଇଥିବା ଚାଉଳ, ଡାଲି ,ଗହମ ଓ ରାସନ ସାମଗ୍ରୀ ତଥା ଆର୍ଥିକ ସହାୟତା ରୁ କେହି ଯେପରି ବଞ୍ଚିତ ନହେବେ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଛି ।।ମାସ୍କ ବଣ୍ଟନ ପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି , ହରେକୃଷ୍ଣ ରାଉତ , ବନମାଳୀ ପୁଟା , ଡମରୁଧରୁଆ ,ଧୁବଲେଶ୍ଵର ରାଉତ , ପୁରୁଷୋତ୍ତମ ମିର୍ଦ୍ଧା , ଦଶରଥଛତ୍ରିଆ, ଲଲିତ ମୋହନ ପୁଟା ,ପଦ୍ମନ ପଧାନୀ , ଦୈତାରି ଭୋଇ , ଦୁଃଖି ଶ୍ୟାମ ଭୋଇ ,ଥବିର ପୂଝାରୀ , ରାଜିବ କୁଅଁର ,, ସାରଥୀ ବାଗ , ନାରାୟଣ କିଶାନ ପ୍ରମୁଖ ଆର୍ଥିକ ସହାୟତା କରିଥିବା ବେଳେ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଗୋରେଖନାଥ ବରିହା , ମନବୋଧ ବରିହା , ଚନ୍ଦ୍ରଶେଖର ବରିହା ,ଘନଭୋଇ , ଜଗଦୀଶ ଭୋଇ , ମେଘନାଦ ବର୍ଗେ , ଗିରିଧାରୀ ଭୋଇ , ଲଲିତ ମଲିକ ,ଲକ୍ଷେଶ୍ଵର ବରିହା , ଗୈାରାଙ୍ଗ ବରିହା ପ୍ରମୁଖ ସାମିଲ ହୋଇଥିଲେ।।

hiranchal ad1
Leave A Reply

Your email address will not be published.

twenty + 5 =