୮୦ ବର୍ଷୀୟ ଶିକ୍ଷକ ରିଲିଫ ପାଣ୍ଠିକୁ ଦେଲେ ୨୩ ହଜାର ଟଙ୍କା

0 69

ସମ୍ବଲପୁର :ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ରଘୁନାଥ ପୂଝାରୀ (୮୦) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ହଜାର ଟଙ୍କା ଦାନ କରିଛନ୍ତି । ସେ ନିଜ ପ୍ରାପ୍ତ ପେନସନରୁ ଏହି ରାଶି ଏକ ଚେକ ରୂପେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି । ସ୍ଥାନୀୟ ଜିଲ୍ଲା ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିସାରିଥିବା ଶ୍ରୀ ପୂଝାରୀ ସ୍ବର୍ଗତ ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ବୋଲି ସେ ଜଣାଇ ବିଜୁବାବୁଙ୍କ ୨୩ ତମ ଶ୍ରାଦ୍ଧ ଦିବସ ଅବସର ରେ ସେ ଏହି ଅର୍ଥ ଦାନ କରିଥିବା ତାଙ୍କ ପତ୍ର ରେ ଉଲ୍ଲେଖ କରିଛନ୍ତି । ଡା. ପାଣିଗ୍ରାହୀ ଉକ୍ତ ଚେକ କୁ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରେ ଜମା କରିବା ବ୍ୟବସ୍ଥା କରିଥିଲେ ଏବଂ ଶ୍ରୀ ପୂଝାରୀ ଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ !

hiranchal ad1
Leave A Reply

Your email address will not be published.

5 × 1 =