ବାର୍ଥ ଡେ’ ସ୍ପେଶାଲ : ଧୋନୀଙ୍କ ଶେଷ ଟେଷ୍ଟ ମ୍ୟାଚରେ କରିଥିଲେ ଡେବ୍ୟୁ, ଜାଣନ୍ତୁ ରାହୁଲଙ୍କ କେତେକ ରେକର୍ଡ ବିଷୟରେ

0 112

ନୂଆଦିଲ୍ଲୀ : ଭାରତର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଜି ନିଜର ୨୮ତମ ଜନ୍ମ ପାଳନ କରୁଛନ୍ତି । ରାହୁଲଙ୍କ ଜନ୍ମ ୧୮ ଅପ୍ରେଲ ୧୯୯୨ରେ ମେଙ୍ଗାଲୁରୁରେ ହୋଇଥିଲା । ରାହୁଲଙ୍କ କ୍ରିକେଟର କ୍ୟାରଅର ଉତ୍ଥାନ ପତ୍ତନ ଦେଇ ଗତି କରୁଛି . ରାହୁଲ ୨୦୧୪ ଟେଷ୍ଟ ପଦାର୍ପଣ କରିଥିଲେ । କିନ୍ତୁ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ତାଙ୍କୁ ୨ ବର୍ଷ ସମୟ ଅପେକ୍ଷା କରିବାକୁ ପଡିଥିଲା । ଏହି ଡାହଣ ହାତି ବ୍ୟାଟ୍ସମ୍ୟାନ ଏବେ ଉଭୟ ଟି-୨୦ ଓ ଦିନିକିଆରେ ଉଇକେଟ୍ କିପିଂ ବ୍ୟାଟ୍ସମ୍ୟାନ ଭୂମିକା ନିଭାଉଛନ୍ତି । ସେ ନିଜର ବ୍ୟାଟିଂ ସହ ଉଇକେଟ୍ କିପିଂ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ରାହୁଲଙ୍କୁ ଏବେ ଧୋନୀଙ୍କ ବିକଳ୍ପ ଭାବେ ବିବେଚନ କରାଯାଉଛି । ଧୋନୀ ଓ ରାହୁଲ ମଧ୍ୟରେ ଏମିତି ଏକ ସଂଯୋଗ ରହିଛି ଯାହା କ୍ୱଚିତ୍ ଲୋକଙ୍କ ଜଣା । ରାହୁଲ ନିଜର ପ୍ରଥମ ଟେଷ୍ଟ ୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଏହି ସମୟରେ ତାଙ୍କ ଟେଷ୍ଟ କ୍ୟାପ୍ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ । ଏହି ମ୍ୟାଚ୍ ଧୋନୀଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଥିଲା । ରାହୁଲ ଏହି ମ୍ୟାଚରେ ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ୧ ରନ କରି ଆଉଟ୍ ହୋଇଥିଲେ ।

hiring


ରାହୁଲଙ୍କ ରେକର୍ଡ
ରାହୁଲ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଓପନର ଭାବେ ଡେବ୍ୟୁ କରି ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ବାଦ ଦ୍ୱିତୀୟ ମ୍ୟାଚରେ ଓପନିଂ କରି ୧୧୦ ରନ କରିଥିଲେ । ସେହିପରି ୨୦୧୬ରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରି ୧୦୦ ରନ ଅପରାଜିତ ପାରି କରିଛନ୍ତି । ରାହୁଲ ଏକମାତ୍ର ଭାରତୀୟ କ୍ରିକେଟ ଯିଏକି ପଦାର୍ପଣ ଦିନିକିଆ ମ୍ୟାଚରେ ଶତକ କରିଛନ୍ତି । ସେହିପରି ରୋହିତ, ରାଇନାଙ୍କ ପରେ କେଏଲ ରାହୁଲ ମଧ୍ୟ ସମସ୍ତ ଫର୍ମାଟରେ ଶତକ ଅର୍ଜନ କରି ଏହି ବିରଳ ରେକର୍ଡରେ ସାମିଲ ହୋଇପାରିଛନ୍ତି । ରାହୁଲ ମାତ୍ର ୨୦ଟି ଇନିଂସରେ ତିନି ଫର୍ମାଟରେ ଶତକ ହାସଲ କରିପାରିଛନ୍ତି । ଏମିତି କରିବାରେ ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ । ଏହି ରେକର୍ଡ ଆଗରୁ ପାକିସ୍ତାନର ଅହମଦ ଶହଜାଦଙ୍କ ନାମରେ ଥିଲା । ସେ ୭୬ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ ।
ସେହିପରି ଆଇପିଏଲ ଦ୍ରୁତତମ ଅର୍ଦ୍ଧଶତକ ରାହୁଲଙ୍କ ନାମରେ ରହିଛି । ସେ ୧୪ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =