ବିଜୁ ଶ୍ରାଦ୍ଧ ଦିବସରେ ୫୬ଜଣ ସ୍ୱେଚ୍ଛାସେବୀଙ୍କ ରକ୍ତଦାନ

0 97

ସମ୍ବଲପୁର: ସମଗ୍ର ବିଶ୍ୱ ବର୍ତ୍ତମାନ ମହାମାରୀ କରୋନା ପ୍ରକୋପରେ ଆକ୍ରାନ୍ତ ଓ ଏହା କବଳରୁ ଆମଦେଶ ମୁକ୍ତ ନୁହେଁ । ଏପରି ସମୟରେ ଦେଶର ପ୍ରାୟ ସମସ୍ତ ମେଡିକାଲରେ ରକ୍ତର ଅଭାବ ପରିଲକ୍ଷିତ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡିଶାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବୁର୍ଲା ଶାଖା ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ ଭୀମସାର ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଥିଲା । ଏହିଦିନ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ତାଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଥିଲା । ଏହି ଶିବିରକୁ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏହି ଶିବିରରେ ୩ଜଣ ମହିଳାଙ୍କ ସମେତ ୫୬ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + 15 =