ନାରାୟଣପ୍ରସାଦ ସେକ୍ସନରେ ବିପୁଳ ପରିମାଣର ଶାଳ କାଠ ଜବତ

0 155

କଣ୍ଟାମାଳ : ଆଜି ପୂର୍ବାହ୍ନରେ କଣ୍ଟାମାଳ ରେଞ୍ଜ ମୋବାଇଲ ଦଳ ଓ ନାରାୟଣପ୍ରସାଦ ସେକ୍ସନର କର୍ମଚାରମାନେ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ସାଇଜ ଶାଳ କାଠ ଜବତ କରିଥିବା ବେଳେ କୌଣସି ଆସାମୀ ଧରିବାରେ ସଫଳ ହୋଇ ନଥିବା ପ୍ରକାଶ । ସୂଚନା ପ୍ରକାରେ ଗତକାଲି ଏକ ପିକଅପ ଭ୍ୟାନରେ ଚୋରା କାଠ ଚାଲାଣ ହେବା ନେଇ ସୂଚନା ବିଭାଗ ପାଇ ଘଣ୍ଟାପଡାଠାରେ ଛକି ବସିଥିଲେ ହେଁ, ଗତକାଲି ଚାଲାଣ ହୋଇ ପାରିନଥିଲା । ଆଜି ସକାଳୁ ନାରାୟଣପ୍ରସାଦ-ରିଙ୍ଗାପଡା ମଧ୍ୟରେ ଥିବା ଜଙ୍ଗଲରେ ଏହି କାଠ ମହଜୁଦ ରହିଥିବା ଖବର ପାଇ ଜଙ୍ଗଲ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ôଚସମସ୍ତ କାଠକୁ ଜବତ କରିଥିଲେ । ଜବତ ସାଇଜ ଶାଳକାଠର ସଂଖ୍ୟା ମୋଟ ୧୩୫ ପିସ(୭୮ ସିଏଫଟି) ହୋଇ ଥିବା ବେଳେ କାଠର ମୂଲ୍ୟ ଏକ ଲକ୍ଷ ହେବ ବୋଲି ଜଣାଯାଇଛି । ଜବତ ଚୋରା କାଠକୁ ନେଇ ବିଭାଗ ଦ୍ୱାରା ୟୁଡି କେଶ ନଂ ୨ କେ-୨୦୨୨-୨୩ ରେ ମକଦ୍ଦମା ଋଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ପ୍ରକାଶ । ଏହି ଚଢାଉରେ କଣ୍ଟାମାଳ ରେଞ୍ଜ ଅଫିସର କ୍ଷୀରାବ୍ଧି ପ୍ରଧାନ, ବନପାଳ ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳୀ ମେହେର, ବନରକ୍ଷୀ ଓମ ପ୍ରକାଶ ଦନାୟକ, ପ୍ରଶାନ୍ତ ବାରୀକ, ସୁମନ୍ତ ମଲିକ, ଭକ୍ତ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

10 − 4 =