ପ୍ରବଳପ୍ରତାପୀ ରାବଣ ନିଧନ ସହ ବନ୍ଧପାଲି ପୁରାତନ ରାମଲୀଳା ଶେଷ

0 92

କଣ୍ଟାମାଳ: କଣ୍ଟାମାଳର ସର୍ବପୁରାତନ ବନ୍ଧପାଲି ରାମଲୀଳା ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ହୋଇଥିବା ଜଣାଯାଇଛି । କଣ୍ଟାମାଳ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ରାମଲୀଳା ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରିଥିବା ବେଳେ ମୋଟ ୯ ଦିନ ଧରି ପାଳିତ ହେଉଥିବା ଏହି ଲୋକନାଟକକୁ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ବେଶ ନିଷ୍ଠା ଓ କାଷ୍ଠା ମଧ୍ୟରେ ପାଳନ କରୁଥିବା ଜଣାଯାଇଛି । ଗତକାଲି ରାତିରେ ପ୍ରବଳପ୍ରତାପୀ ରାବଣର ଭାଇ କୁମ୍ଭ କର୍ଣ୍ଣ, ମହୀରାବଣ ଆଦିଙ୍କ ନିଧନ ଖୋଦ ଲଙ୍କାଧିପତି ରାବଣ ରାମ, ଲକ୍ଷ୍ମଣ ଓ ବାନର ସେନା ହାତରେ ମୃତ୍ୟୁବରଣ କରିଥିବା ବେଳେ ସ୍ୱୟଂ ରାମଚନ୍ଦ୍ର ଲଙ୍କାରେ ରାମରାଜ୍ୟ ପ୍ରତିଷ୍ଠା ପାଇଁ ବିଭିଷଣକୁ ଲଙ୍କାର ଅଧିପତିଭାବେ ଆସୀନ କରାଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଚଳିତ ବର୍ଷର ରାମଲୀଳାପରେ ଗ୍ରାମବାସୀଙ୍କ ଦ୍ୱାରା ଆସନ୍ତା ୨୦ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୨୪ ପ୍ରହର ନାମଯଜ୍ଞର ଆୟୋଜନ କରାଯାଇଛି ବୋଲି ସୁଦାମ ସାହୁ ସୂଚନା ଦେଉଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 6 =