ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

0 40

ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିଦେଶଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପି.ଡିଡିଆରଡିଏ, ଗଜପତି ମହେଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀର ଉଦଘାଟନ କରି ଛାତ୍ରୀ /ଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳାର ଆବଶ୍ୟକ ରହିଛି ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟିକ ସଭାପତିତ୍ୱ କରି ଶିକ୍ଷା ର ବିକାଶ ବିଜ୍ଞାନ ବିନା ଅସମ୍ଭବ ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରି ଜିଲ୍ଲା ର ସାତଟି ବ୍ଲକରୁ ପୂର୍ବରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ toys ମୁଖ୍ୟ ବିଷୟ ଉପରେ ଆଧାରିତ ୩୭ ଟି ପ୍ରକଳ୍ପକୁ ପ୍ରକଳ୍ପ କାରି ସେମାନଙ୍କ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ସହ ଅଂଶ ଗ୍ରହଣ କରିଥିବା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ କୁମାର ବେହେରା, ଏସ.କେ.ସି.ଜି. ସ୍ୱୟଂ ଚଳିତ ମହାବିଦ୍ୟାଳୟର ପ୍ରଦାର୍ଥ ବିଜ୍ଞାନ ଆସିଷ୍ଟାଣ୍ଟ ପ୍ରଫେସର ଓ ମହିଳା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଅନିତା କୁମାରୀ ପାଢ଼ୀ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଦେଇ ଥିଲେ ବିଚିତ୍ରା ନନ୍ଦ ବର୍ବୋର୍ତ୍ତ ସଂଯୋଜନା କରିଥିଲେ । ଉଦଯାପନୀ ଉତ୍ସବରେ ବାଳକୃଷ୍ଣ ମାଝୀ,ସସ୍ମିତା ଗନ୍ତାୟତ,ଭଗବତ ପାଢ଼ୀ, ବିଜ୍ଞାନ ନିରୀକ୍ଷକ, ବିଚାରକ ଓ ପ୍ରଧାନ ଶିକ୍ଷକ ରାଜ୍ୟ ସ୍ତରକୁ ମନ୍ୱିତ ହୋଇଥିବା ୫ଟି ପ୍ରକଳ୍ପ କାରୀଙ୍କୁ ପ୍ରମାଣ ପାତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସେମାନେ ହେଲେ ଆଶୁତୋଷ ପାଢ଼ୀ, ମହାରାଜଙ୍କ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ସଫିନା ମାଝୀ, ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟ, ଗରଡ଼ମା, ଫିନସ ଶବର, ଏନ. ଏମ. ଉଚ୍ଚ ବିଦ୍ୟାଳୟ, ନାରାୟଣପୁର, ଶ୍ରବଣ କୁମାର ଶବର, ଉନିତ ଉଚ୍ଚ ବିଦ୍ୟାଳୟ, ତାଳମୁଣ୍ଡା ଓ ପ୍ରଶାନ୍ତ ଶବର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଲୁହଗୁଡି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରି ଥିବାବେଳେ ଭି. କୁରମୁ ନାଦମ ଓ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + five =