୮୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ

0 17

ନୂଆଦିଲ୍ଲୀ,୨୬/୪ : ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିଯାଇଥିଲେ ବି ଥମିବାର ନାଁ ଧରୁନି । କେବେ ସରିବ,ତାହାବି କେହି କହିପାରୁ ନାହାନ୍ତି । ଯୁଦ୍ଧରେ ଏକାଧିକ ସହର ଛାରଖାର ହୋଇଗଲାଣି । ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଳାଇଲେଣି । ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ । ଋଷ ହମଲାରେ କେତେ ସଂଖ୍ୟକ ଶିଶୁ ପ୍ରାଣ ହରାଇଛନ୍ତି,ତାହାର ହିସାବ କାହା ପାଖରେ ନାହିଁ । ଏହାରି ମଧ୍ୟରେ ମିଳିତ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟେରସ ମସ୍କୋରେ ଆସି ପହଞ୍ଚିଛନ୍ତି । ସେ କହିଛନ୍ତି, କିପରି ଶୀଘ୍ର ଯୁଦ୍ଧ ଶେଷ ହେବ,ସେ ନେଇ ଉପାୟ ବାହାର କରିବାକୁ ପଡିବ । ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧ ବିରତି ସହ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପାଇଁ ବାଟ ବାହାର କରିବାକୁ ପଡିବ । ଜାତିସଂଘର ରିପୋର୍ଟ ଅନୁସାରେ, ୮୦ଲକ୍ଷ ଲୋକ ଯୁଦ୍ଧ କ୍ଷେତ୍ର ୟୁକ୍‌ରେନ ଛାଡି ପଡୋଶୀ ରାଷ୍ଟ୍ର ଗୁଡିକରେ ଆଶ୍ରୟ ନେଇଛନ୍ତି । ୟୁକ୍‌ରେନ ଉପରେ ରୁଷିଆ ଆକ୍ରମଣକୁ ଦୁଇ ମାସରୁ ଅଧିକ ସମୟ ବିତିଛି । ଗତ ଫେବ୍ରୁୟାରୀ ୨୪ତାରିଖରେ ୟୁକ୍‌ରେନ ଉପରେ ପୁଟିନ ସେନା ଆକ୍ରମଣ କରିଥିଲା । ତେବେ କୁହାଯାଉଛି ଆଉ ମାତ୍ର ଦୁଇରୁ ତିନି ଦିନ ମଧ୍ୟରେ ଏହି ଯୁଦ୍ଧ ଶେଷ ହେବ । କାରଣ ଯେକୌଣସି ମତେ ମେ’୯ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହିଁବେ ଭ୍ଲାଦିମିର ପୁଟିନ । କିନ୍ତୁ ଏପର୍ଯ୍ୟନ୍ତ ଯୁଦ୍ଧର କୌଣସି ନିଷ୍କର୍ସ ବାହାରିନାହିଁ । କାରଣ ରୁଷିଆ ସେନାକୁ ସବୁ ସ୍ଥାନରେ କଡା ମୁକାବିଲା ଦେଇ ଆସୁଛି ୟୁକ୍‌ରେନ ସେନା । ତେବେ ନଜର ପକାନ୍ତୁ ମେ’୯ତାରିଖ ସହ କଣ ରହିଛି ସମ୍ପର୍କ ପୁଟିନ୍‌ ପାରମ୍ପରିକ ଚିନ୍ତାଧାରାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି । ଆଉ ମେ ୯ ତାରିଖ ରୁଷିଆ ସେନା ଭିକ୍ଟ୍ରି ଦିବସ ଭାବେ ପାଳନ କରି ଆସୁଥିବାରୁ ଏହି ତାରିଖ ପୂର୍ବରୁ ୟୁକ୍‌ରେନ ବିରୋଧରେ ବିଜୟ ପାଇଁ ସବୁ ସାମର୍ଥ୍ୟ ଲଗାଇ ପାରନ୍ତି ପୁଟିନ ।

hiranchal ad1
Leave A Reply

Your email address will not be published.

1 × one =