ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

0 50

ବୌଦ୍ଧ : ବୌଦ୍ଧ ବ୍ଲକ ଏପ୍ରିଲ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦୋନ୍ନତି ପାଇ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକମାନଙ୍କୁ ଯଥା ଶୀଘ୍ର ଦାୟିତ୍ୱ ହସ୍ତାନ୍ତର କରିବା, ମୋ ସ୍କୁଲ ଅଭିଯାନ କାର୍ଯ୍ୟର ୟୁ ସି ଦୁଇଦିନ ଭିତରେ ଦେବା, ଇଣ୍ଡିଆନ ବ୍ୟାଙ୍କରେ ଥିବା ଜମା ଖାତାର ଇଂଟରେଷ୍ଟ ଫେରସ୍ତ କରିବା, ବର୍ତ୍ତମାନ ସୁଦ୍ଧା ଜମିପଟ୍ଟା ପାଇଁ ଆବେଦନ କରିନଥିବା ଦୁଇଟି ବିଦ୍ୟାଳୟ ଯଥା ବୁଟୁପାଲି ଉଚ୍ଚ ପ୍ରାଥମିକ ଓ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟର ସିଆରସିସିଙ୍କୁ ତୁରନ୍ତ ଆବଶ୍ୟକ ନଥିପତ୍ର ଦାଖଲ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଲେସନ ଡାଏରୀ ଦେଖିବା, କେସବୁକ, ପାସବୁକ ତଦାରଖ କରିବା, ସ୍କୁଲ ମନିଟରିଙ୍ଗ ଉପରେ ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଶିକ୍ଷକ ପ୍ରୋଫାଇଲ ଯାଞ୍ଚକରି ସଂଶୋଧନ ପାଇଁ ବି ଓଙ୍କୁ ଆବେଦନ କରିବା,ଜଣେ ଶିକ୍ଷକ ଥିବା ବିଦ୍ୟାଳୟ, ପୁସ୍ତକ ବଣ୍ଟନ, ନିୟମିତ ଉପସ୍ଥାନ, ଆଶୀର୍ବାଦ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନଭୋଜନ କେୱାଇସି ଦାଖଲ କରିବାକୁ ସୂଚନା ଦେଇ ଥିଲେ । ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନ କାମ କେଉଁମାନେ ସାରିଛନ୍ତି, କେଉଁବିଦ୍ୟାଳୟ ଗୁଡିକ କାମ ଚାଲିଛି ଓ କେଉଁ ବିଦ୍ୟାଳୟ କାମ ଆରମ୍ଭ କରିନାହିଁ ତାର ତଥ୍ୟ ବୁଝିବା ସହିତ କେତେ ଗୁଡିଏ ବିଦ୍ୟାଳୟର ପଟ୍ଟା ଆସିଥିବା ସୂଚନା ଦେଇଥିଲେ । ସନତ କୁମାର ବାରିକ ଧନ୍ୟବାଦ ଦେଇଥିଲେ । ସି ଆର ସି ସି ସଞ୍ଜୟ କୁମାର ଦେହୁରୀ, ସନ୍ତୋଷ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର କରଡିଆ, ଲବକିଶୋର ପ୍ରଧାନ, ସନ୍ତୋଷ କର୍ଣ୍ଣ, କାହ୍ନୁ ଚରଣ ସେଠୀ ଅରବିନ୍ଦ ମହାଲିକ, ତୋଷଣ ମହାକୁଡ଼ଙ୍କ ସହିତ ସମସ୍ତ ସିଆରସିସି ଏବଂ କାର୍ଯ୍ୟାଳୟର ବରିଷ୍ଠ କିରାଣୀ କୁନ୍ତୀ ଦିଗାଲ, ବାପିନା ମହାରଣା ଓ ପଦ୍ମଲୋଚନ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four + fourteen =