ଗୁଳିମାଡ଼ରେ ୩ ଜଣ ଗୁରୁତର

0 32

କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ଆଜି ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ଦୀନବନ୍ଧୁ ନାୟକ, ବଂଶୀଧର ନାୟକ ଓ ଜିତୁନା ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ଉଲ୍ଲାସ ନାୟକ ସୂଚନା ଦେଇଛନ୍ତି। ଆହତ ତିନିଜଣଙ୍କ ଉପରକୁ ୮ ରାଉଣ୍ଡ ଗୁଳି କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସା ଚାଲିଥିବା ସୂଚନା ରହିଛି। ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

hiranchal ad1
Leave A Reply

Your email address will not be published.

five + 11 =