ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ

0 37

ପୁରୀ : ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ ହୋଇ ଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍‌ ଆଡମ୍ବରରେ ପାଳନ ହେଉଚି । ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି । ମହୋତ୍ସବର ମୁଖ୍ୟ ଆକର୍ଷଣ ଜ୍ୟୋତି ଯାତ୍ରା ପଞ୍ଚ ସଖାଙ୍କ ପିଠରୁ ଅଣାଯାଇ ବସଷ୍ଟାଣ୍ଡରେ ଏକତ୍ରିତ କରାଯାଇ ଥିଲା । ଏହି ଜ୍ୟୋତି ଯାତ୍ରାକୁ ହଜାର ହଜାର ଲୋକ ପାରମ୍ପରିକ ଢଙ୍ଗ ଅଣାଯାଇ ପଞ୍ଚ ଶଖା ଖେଳ ପଡିଆ ମଞ୍ଚରେ ସ୍ଥାପନ କରାଯାଇ ଥିଲା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ନେତା ଓମ୍‌ ପ୍ରକାଶ ମିଶ୍ର,ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ଯୋଗ ଦେଇ ଥିଲେ । ଓଡ଼ିଶୀ, ଗୋଟି ପୁଅ, ବିହୁ, ଛଉ ଓ ଓଲିଉଡ଼ ଗୀତ ପରିବେଷଣ ହୋଇ ଥିଲା ଉଦଘାଟନୀ ସାନ୍ଧ୍ୟରେ । ଆସାମର ବିହୁ ଓ ପୁରୁଲିଆର କଳାକାରଙ୍କ ଦ୍ୱାରା ଛଉ ନୃତ୍ୟ ଦ୍ୱିତୀୟ ଦିବସ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ହୋଇଥିଲା । ସେହିପରି ସ୍ଥାନୀୟ ସ୍କୁଲ୍‌ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ସମର କଳା, ସଙ୍ଗୀତ ନୃତ୍ୟ, ପୁରୁଲିଆ ଛଉ, ସମ୍ବଳପୂରୀ ନୃତ୍ୟ, ଏବଂ ଓଲିଉଡ଼ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଧମାକାରେ ଦର୍ଶକ ମଜି ଯାଇଥିଲେ ।

hiring

hiranchal ad1
Leave A Reply

Your email address will not be published.

18 + 16 =